୮-୦ରେ ଖେଳ ଖତମ୍, ଏମିତି ବ୍ରୋଞ୍ଜ ଜିତିଲେ ବଜରଙ୍ଗ
1 min readନୂଆଦିଲ୍ଲୀ: ଭାରତ ପାଇଁ ଆଉ ଏକ ବ୍ରୋଞ୍ଜ ପଦକ ଆଣିଲେ ବଜରଙ୍ଗ ପୁନିଆ । ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ କାଂସ୍ୟ ପଦକ ଜିତିଛନ୍ତି । କାଜଖସ୍ତାନର ଦୌଲେତ ନିୟାଜବେକୋଭଙ୍କୁ ପୁନିଆ ୮-୦ରେ ମାତ୍ ଦେଇ ବ୍ରୋଞ୍ଜ ଜିତିଛନ୍ତି । ଏଥିସହ ଅଲମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।
#TokyoOlympics | Wrestler Bajrang Punia wins #Bronze medal in Men's Freestyle 65kg against Kazakhstan's Daulet Niyazbekov, 8-0
(File pic) pic.twitter.com/LzMlCHxzaK
— ANI (@ANI) August 7, 2021
ପ୍ରଥମ ଭାଗରେ ବଜରଙ୍ଗ ୨-୦ରେ ଆଗୁଆ ଥିଲେ । ଏହାପରେ ଦ୍ୱିତୀୟ ପିରିୟଡରେ ଦୌଲେତଙ୍କ ଉପରେ ଚାପ ରହିଛି । ବଜରଙ୍ଗ ଏହି ଚାପର ଲାଭ ଉଠାଇ ଆରମ୍ଭରୁ ଆକ୍ରମଣ କରିଥିଲେ । ଏହା ଫଳରେ ବଜରଙ୍ଗ ଲିଡକୁ ୬-୦କୁ ନେଇ ଆସିଥିଲେ । ଆଉ ଶେଷ ୫୦ ସେକେଣ୍ଡରେ ବଜରଙ୍ଗ କୋଚ୍ ତାଙ୍କୁ ବାରମ୍ବାର ହାଲୁକା ନ ହେବାକୁ ଜୋଶ ଦେଉଥିଲେ । ବଜରଙ୍ଗ ୨ ଅଙ୍କ ସହ ୮-୦ରେ କାଂସ୍ୟ ଜିତିଥିଲେ ।
Well done!
Congratulations #BajrangPunia on securing the #Bronze medal, on his debut Olympics, for #TeamIndia at #Tokyo2020 with a comprehensive victory in men’s freestyle 65kg #wrestling. Wish him all the best for future. #Cheer4India
— Naveen Patnaik (@Naveen_Odisha) August 7, 2021
ବଜରଙ୍ଗ ବ୍ରୋଞ୍ଜ ଜିତିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜରଙ୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଗାମୀ ଦିନରେ ସେ ଆହୁରି ଭଲ ଖେଳିବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ।