ଧନବାଦ: ମର୍ଣ୍ଣଂ ୱାକରେ ଯିବାବେଳେ ଜିଲ୍ଲା ଏବଂ ଦୌରା ଜଜ୍ ଙ୍କ ମୃତ୍ୟୁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ମାମଲାର ସ୍ୱତନ୍ତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦାବି କରିଛନ୍ତି ସୁପ୍ରିମକୋର୍ଟ ବାର ଆସୋସିଏସନ (SCBA) । ଯେଉଁଭଳି ଭାବେ ବିଚାରପତିଙ୍କ ମୃତ୍ୟୁ ଘଟିଛି ଏହା ପଛରେ ଏକ ବଡ଼ ଷଡ଼ଯନ୍ତ୍ରର ସନ୍ଦେହ କରି SCBA ସୁପ୍ରିମକୋର୍ଟକୁ ଏହାର କଡ଼ାକଡ଼ି ଯାଞ୍ଚ କରିବା ପାଇଁ ଦାବି କରିଛି ।

ମୁଖ୍ୟ ବିଚାରପତି ଏନ.ବି ରମଣା ଝାଡ଼ଖଣ୍ଡର ମୁଖ୍ୟ ବିଚାରପତିଙ୍କ ସହ ଏ ମାମଲା ଆଲୋଚନା କରିଛନ୍ତି । ଏହି ଘଟଣା ସହ ଯଡ଼ିତ ସମସ୍ତ ତଥ୍ୟ ଗ୍ରହଣ କରି ହାଇକୋର୍ଟ ଧନବାଦର ପୋଲିସ ଅଧିକାରୀଙ୍କୁ ଡକାଇଛନ୍ତି। ହାଇକୋର୍ଟ ଏହି ମାମଲା ଉପରେ ଦୃଷ୍ଟି ରଖିଛନ୍ତି । ସୂଚନା ଅନୁଯାୟୀ, ଦୁର୍ଘଟଣାରେ ମର୍ଣ୍ଣିଂ ୱାକ୍ ପାଇଁ ବାହାରକୁ ଆସିଥିବା ଜିଲ୍ଲା ତଥା ଦୌରା ଜଜ୍ ଉତ୍ତମ ଆନନ୍ଦଙ୍କ ମୃତ୍ୟୁର ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ହୋଇଛି ଯେ ଅଟୋ ଚାଳକ ଜଣଙ୍କ ଉଦ୍ଦେଶ୍ୟମୂଳକ ଭାବେ ଦୁର୍ଘଟଣା ଘଟାଇଛି ।

ପୂର୍ବ ବିଧାୟକଙ୍କ ଖାସ ଲୋକ ସଞ୍ଜୟ ହତ୍ୟାକାଣ୍ଡ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଥିବା ବିଚାରପତିଙ୍କ ମୃତ୍ୟୁକୁ ହତ୍ୟା ବୋଲି ମାନି ପୋଲିସ ପ୍ରତ୍ୟେକ ଦିଗରୁ ଅନୁସନ୍ଧାନ କରୁଛି । ଏହି ଘଟଣାର ଖୁଲାସା ପରେ ଦୋଷୀମାନଙ୍କୁ ଦଣ୍ଡ ଦିଆଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଏଥି ସହ ବିଧାୟକ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ଧନବାଦର ଜିଲ୍ଲା ଏବଂ ଦୌରା ବିଚାରପତି ଉତ୍ତମ ଆନନ୍ଦ ବିଧବାର ମର୍ଣ୍ଣିଂ ୱାକ ପାଇଁ ଘରୁ ବାହାରିଥିଲେ, ରଣଧୀର ବର୍ମା ଛକ ପାଖରେ ଏକ ଅଟୋ ଆସି ତାଙ୍କୁ ଯୋଜନାବଦ୍ଧ ଭାବରେ ଧକ୍କା ଦେଇ ଫେରାର ହୋଇଯାଇଥିଲା ।

