spot_img

Latest Posts

ସେନାରୁ ଅବସର ପରେ ପେନସନ୍ ଟଙ୍କାରେ ଲଗାଉଛନ୍ତି ଗଛ

ଯାଜପୁର: କରୋନା ମହାମାରୀ ସମୟରେ ଏବେ ସବୁଠି ଦେଖାଦେଇଛି ଅକ୍ସିଜେନ ସଙ୍କଟ। ତେଣୁ ଲୋକେ ପରିବେଶ ସୁରକ୍ଷା ଉପରେ ସଚେତନ ହୋଇଛନ୍ତି। ବୃକ୍ଷ ରୋପଣ କରି ପ୍ରକୃତି ସନ୍ତୁଳନର ସୁରକ୍ଷା ପାଇଁ ଯତ୍ନବାନ ହୋଇଛନ୍ତି ସଭିଏଁ। ଏଥିପାଇଁ ନିଜର ଜୀବନ ଉତ୍ସର୍ଗ କରିଛନ୍ତି ଜଣେ ଅବସରପ୍ରାପ୍ତ ସେନା ଅଧିକାରି। ୧୫ ବର୍ଷ ଧରି ସେ ଲଗାଇଲେଣି ୨୦ ହଜାରରୁ ଅଧିକ ବୃକ୍ଷ। ଏମିତି ଜଣେ ମଣିଷ ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କଳାଶ୍ରୀ ଗ୍ରାମର କ୍ଷୀରୋଦ ଜେନା।

ପରିବେଶ ହିଁ ସମ୍ପଦ। ଜୀବନର ଆଧାର ବୃକ୍ଷ। ସବୁଜିମା ବିନା ବିଗୁଡୁଛି ସନ୍ତୁଳନ। ଏହାକୁ ବୁଝିଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କଳାଶ୍ରୀ ଗ୍ରାମର କ୍ଷୀରୋଦ ଜେନା। ୨୦୦୫ ରୁ ଭାରତୀୟ ସେନାରୁ ଅବସର ନେବା ପରେ ସେ ପ୍ରକୃତିର ସେବାରେ ନିଜକୁ ନିୟୋଜିତ କରିଛନ୍ତି। ନିଜ ଅଞ୍ଚଳ ସହ ଆଖପାଖ ବହୁ ପଞ୍ଚାୟତରେ ନିଜ ପେନସନ୍ ଟଙ୍କା ଖର୍ଚ୍ଚ କରି କରୁଛନ୍ତି ବୃକ୍ଷରୋପଣ। ୧୫ ବର୍ଷ ମଧ୍ୟରେ ସେ ୨୦ହଜାରରୁ ଅଧିକ ଗଛ ଲଗାଇ ସାରିଲେଣି।

ପଟାମୁଣ୍ଡାଇ କେନାଲ ବନ୍ଧ ହେଉକି ରାସ୍ତା ପାର୍ଶ୍ୱ। ଯେଉଁଠି ବଡ଼ ବଡ଼ ଗଛ ଦେଖାଯାଉଛି, ତାହା କ୍ଷୀରୋଦଙ୍କ ଉଦ୍ୟମରୁ ସମ୍ଭବ ହୋଇପାରିଛି। ଆମ୍ବ, ବେଲ, ଜାମୁ ଗଛ ଭଳି ବିଭିନ୍ନ ଫଳନ୍ତି ଗଛ ଲଗାଇ ସୃଷ୍ଟି କରିଛନ୍ତି ଉଦାହରଣ। ସ୍ଥାନୀୟ ଲଣ୍ଡା ପାହାଡ଼କୁ ସୁବୁଜିମା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି କ୍ଷୀରୋଦ। ଏଥିରେ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ବିଭିନ୍ନ ସ୍ୱାଚ୍ଛାସେବୀ ସଂଗଠନ। ତାଙ୍କର ଏଭଳି କାର୍ଯ୍ୟ ପାଇଁ ଜଣେ ପରିବେଷବିତ ଭାବରେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

Latest Posts

Don't Miss