spot_img

Latest Posts

ଫ୍ରାନ୍ସର ରାଫେଲ ସ୍ଥାପନ କଲା ରେକର୍ଡ, ୧୨ ଘଣ୍ଟାରେ ଅତିକ୍ରମ କଲା ୧୭୦୦୦ କିଲୋମିଟର

ପ୍ୟାରିସ୍: ରାଫେଲ୍ ଫାଇଟର୍ ଜେଟ୍ କେଉଁଠାରେ ନ ରହି ୧୨ ଘଣ୍ଟା ମଧ୍ୟରେ ୧୭୦୦୦ କିଲୋମିଟର ଦୂରତାକୁ ଅତିକ୍ରମ କରିଛି । ଏହି ୧୭୦୦୦କିଲୋକମିଟର ଅତିକ୍ରମ କରି ରାଫେଲ ନୂଆ ରେକର୍ଡ କରିଛି । ସୂଚନା ଅନୁସାରେ ଆଜି ପୂର୍ବରୁ କୌଣସି  ବି ରାଫେଲ୍ ବିମାନ କେଉଁଠି ବି ନ ରହି ଏତେ ଦୂରତା ଯାତ୍ରା କରିବାରେ ସକ୍ଷମ ହୋଇ ନାହିଁ । ଏହାପୂର୍ବରୁ ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସଠାରୁ ଭାରତ ପର୍ଯ୍ୟନ୍ତ ୬୭୦୦ କିଲୋମିଟର ଦୂରତା ଅତିକ୍ରମ କରିଥିଲା ।

ଫ୍ରାନ୍ସର ବାୟୁସେନା ଏୟାର-ଟୁ-ଏୟାର ରିଫ୍ୟୁଲିଂ ଅପରେଟର ମେଜର ପିୟରିକ୍ କହିଛନ୍ତି ଯେ ଆମେ ୟୁରୋପର ଏକମାତ୍ର ଦେଶ ଯିଏ ଆମ ବେସ୍ ଠାରୁ ୧୭୦୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଏମିତି ଉଡ଼ିବାରେ ସକ୍ଷମ ହୋଇଛୁ । ରାଫେଲ ବିମାନ ଏହି ଦୂରତା କାଲିଫର୍ନିଆରୁ ଉଡ଼ାଣ ଭରି ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଫରାସୀ ଏୟାରବେସ୍ ତାହିତିରେ ପହଞ୍ଚିବା ପର୍ଯ୍ୟନ୍ତ ରେକର୍ଡ କରାଯାଇଛି । ଏହି ସମୟରେ, ରାଫେଲ ବିମାନ ଉଡୁଥିବା ସମୟରେ ହିଁ ଏହାକୁ ଆକାଶରେ ସାତଥର ଇନ୍ଧନ ଦିଆଯାଇଥିଲା ।

ଫ୍ରାନ୍ସ ଗଣମାଧ୍ୟମ ଅନୁଯାୟୀ, ତାହିତf ଯିବା ପାଇଁ ରାଫାଲ ଯୁଦ୍ଧ ବିମାନ ସମେତ ଫ୍ରାନ୍ସ ବାୟୁସେନାର ସାତୋଟି ବିମାନ ଫ୍ରାନ୍ସରୁ ଯାତ୍ରା କରିଥିଲା।  ତେବେ ପ୍ରଥମ ଥର ଉଡାଣ ରେ ହିଁ ରାଫେଲ ଆମେରିକାର କାଲିଫର୍ନିଆର ଏୟାରବେସରେ ପହଞ୍ଚିଥିଲା। ଏଠାରୁ ଦ୍ୱିତୀୟ ଥର ଉଡ଼ାଣରେ ବିମାନ ରେକର୍ଡ ସୃଷ୍ଟି କରି ତାହିତିରେ ଏକ ନିରାପଦ ଅବତରଣ କରିଥିଲା । ୧୫ ଘଣ୍ଟାର ଏହି ରେକର୍ଡ ଉଡ଼ାଣ ସମୟରେ, ରାଫାଲ୍ ଯୁଦ୍ଧ ବିମାନରେ ସାତଥର ଇନ୍ଧନ ଦିଆଯାଇଥିଲା ।

Latest Posts

Don't Miss