ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ମିଳିବନି ଟିକା
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଲା ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଟିକା ଦେବା ମାମଲା । ଏହି ମାମଲାରେ ଶୁକ୍ରବାର କେନ୍ଦ୍ର ସରକାର ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ କହିଛନ୍ତିଯେ, ଭାରତ ବାୟୋଟେକକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ଇଣ୍ଡିଆ ବା ଡିସିଜିଆଇ ୧୨ ମଇକୁ ସୁସ୍ଥ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଟିକା ଦେବାପାଇଁ ଅନୁମତି ଦେଇଛନ୍ତି । ତେଣୁ ଏବେ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଭ୍ୟାକ୍ସିନ୍ଦିଆଯାଇପାରିବ ନାହିଁ ।
ଯେପର୍ଯ୍ୟନ୍ତ ଭ୍ୟାକ୍ସିନର ସଫଳ ପରୀକ୍ଷଣ ସରିନାହିଁ ସେପର୍ଯ୍ୟନ୍ତ ଭ୍ୟାକ୍ସିନ୍ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଏହା ମଧ୍ୟ କହିଛନ୍ତିଯେ, ଭ୍ୟାକ୍ସିନ କମ୍ପାନୀ ନିକଟରେ ଏବେ ଜରୁରୀକାଳୀନ ପରିସ୍ଥିତିରେ ଭ୍ୟାକ୍ସିନ୍ଦେବାପାଇଁ ଅନୁମତି ରହିଛି, କିନ୍ତୁ ଛୋଟ ପିଲାଙ୍କ କ୍ଷେତ୍ରରେ କ୍ଲିନିକାଲ ଟ୍ରାଏଲ ପୂରା ହୋଇନାହିଁ ।
ସୂଚନାଯୋଗ୍ୟ ଦିଲ୍ଲୀ ହାଇକୋର୍ଟରେ ଜଣେ ଛାତ୍ର ଏକ ଆବେଦନପତ୍ର ଦାଖଲ କରିଥିଲେ । ଯେଉଁଥିରେ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଭ୍ୟାକ୍ସିନ୍ଦେବା କଥା ଉଲ୍ଲେଖ ଥିଲା । ହାଇକୋର୍ଟ ଏହି ଆବେଦନରେ ନୋଟିସ ଜାରି କରି କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ ।
ନିକଟରେ କରୋନା ସମୟରେ ଅନାଥ ହୋଇଥିବା ପିଲାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହି ପିଲାଙ୍କ ପାଇଁ ୨୪ ଘଣ୍ଟା ସେଲ୍ଟର ହୋମ୍ଖୋଲିବା ପାଇଁ ଆଦେଶ ଦେଇଛନ୍ତି କୋର୍ଟ । ଯେଉଁଠାରେ ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧା ମିଳିବ ।