spot_img

Latest Posts

‘ଦ ଫ୍ୟାମିଲି ମ୍ୟାନ୍ ୨’ର ଟ୍ରେଲରରେ ନଜର ଆସିଥିବା ଏହି ଅଭିନେତା ୬ ମାସ ତଳେ କରିଥିଲେ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡ୍ ଅଭିନେତା ମନୋଜ ବାଜପେୟୀଙ୍କ ୱେବ ସିରିଜ ‘ଦ ଫ୍ୟାମିଲି ମ୍ୟାନ୍ ୨’ର ଟ୍ରେଲର ରିଲିଜ ହୋଇଛି। ଏଥିରେ ଭରପୂର ରହିଛି ଆକ୍ସନ ଓ ହ୍ୟୁମର । ଏହାର ଟ୍ରେଲରକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ। ମାତ୍ର ୭ ଘଣ୍ଟା ଭିତରେ ଟ୍ରେଲରକୁ ଦେଖିସାରିଲେନି ୫ ମିଲିୟନରୁ ଅଧିକ ଦର୍ଶକ । ସିରିଜରେ ମନୋଜ ବାଜପେୟୀ, ସାମନ୍ଥା ଅକିନେନି, ପ୍ରିୟାମଣୀଙ୍କ ସହ ଦିବଙ୍ଗତ ଆକ୍ଟର ଆସିଫ୍ ବସ୍ରା ମଧ୍ୟ ନଜର ଆସିଛନ୍ତି।

ଦିବଙ୍ଗତ ଆସିଫ୍ ବସ୍ରା ନିଜର ଦମଦାର ଅଭିନୟ ପାଇଁ ଖୁବ୍ ପରିଚିତ। ଜବ ଉଇ ମେଟ୍, ୱାନ୍ସ ଓପନ ଏ ଟାଇମ ଇନ୍ ମୁମ୍ବାଇ ଓ କାଇ ପୋ ଚେରେ ସେ ନିଜର ଅଭିନୟର ଯାଦୁ ଦେଖାଇଥିଲେ। ଦୁର୍ଭାଗ୍ୟବଶତଃ ଗତ ବର୍ଷ ନଭେମ୍ବରରେ ସେ ଆତ୍ମହତ୍ୟା କରିଥିଲେ। ଧର୍ମଶାଳାର ଏକ ଭଡ଼ା ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କର ମୃତ୍ୟୁ ବଲିଉଡ ଜଗତର ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତାଙ୍କ ମୃତ୍ୟୁକୁ ନେଇ କେହି କିଛି ବୁଝି ପାରିନଥିଲେ ଯେ ସେ ଏଭଳି କାହିଁକି କଲେ।

ତାଙ୍କ ମୃତ୍ୟୁକୁ ନେଇ ପୋଲିସ ଛାନଭିନ୍ ବି ଆରମ୍ଭ କରିଥିଲା । ରିପୋର୍ଟ ମୁତାବକ ଆସିଫ୍ କିଛି ବର୍ଷ ହେବ ମେକ୍ଲୋଡ ଙ୍ଗଜରେ ଭଡ଼ାରେ ରହୁଥିଲେ । ସୂଚନା ଅନୁଯାୟୀ ତାଙ୍କ ଗର୍ଲଫ୍ରେଣ୍ଡ ବି ତାଙ୍କ ସହ ରହୁଥିଲେ । ଆତ୍ମହତ୍ୟାର ଦିନକ ପୂର୍ବରୁ ସେ ନିଜ ପୋଷା କୁକୁରକୁ ବୁଲାଉଥିବା ପ୍ରତ୍ୟକ୍ଷଦର୍ଶୀ ଜଣାଇଥିଲେ। ଘରକୁ ଫେରି ସେ ପୋଷା କୁକୁରର ବେଲ୍ଟରେ ଫାଶୀ ଲଗାଇଥିଲେ । ହେଲେ ପ୍ରାଥମିକ ତଦନ୍ତରୁ ସେ ଡିପ୍ରେସନରେ ଥିବା ପୋଲିସ ଅନୁମାନ କରିଥିଲା ।

ଆସିଫ୍ ବଲିଉଡ଼ର ଅନେକ ଫିଲ୍ମରେ କାମ କରିଛନ୍ତି ।  ହିଚକି, କ୍ରିଷ ୩, କଲାକାଣ୍ଡି, ପାତାଲ ଲୋକ, ହୋଷ୍ଟେଜ୍ ଭଳି ଅନେକ ପ୍ରୋଜେକ୍ଟରେ ନିଜର ଅଭିନୟ ଯାଦୁ ଦେଖାଇଛନ୍ତି। ଏବେ ‘ଦ ଫ୍ୟାମିଲି ମ୍ୟାନ୍ ୨’ରେ ଆସିଫଙ୍କୁ ଦେଖି ଫ୍ୟାନ୍ସ ତାଙ୍କୁ ଖୁବ୍ ମନେ ପକାଇଛନ୍ତି।

Latest Posts

Don't Miss