ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା

1 min read

ଆସାମ: ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ବଶର୍ମା । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ରାଜଭବନରେ କରୋନା କଟକଣା ଭିତରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶପଥ ଗ୍ରହଣ ସମାରୋହରେ ବିଜେପି ବିଧାୟକଙ୍କ ସହ AGP ଓ UPPL ବିଧାୟକମାନେ ସାମିଲ ହୋଇଥିଲେ । ସେହିପରି ହିମନ୍ତ ବିଶ୍ୱଶର୍ମାଙ୍କ ମନ୍ତ୍ରିମଣ୍ଡଳ ବି ଶପଥ ନେଇଛନ୍ତି । କଂଗ୍ରେସରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ବିଶ୍ବଶର୍ମା ଆସାମରେ ଜଣେ ଲୋକପ୍ରିୟ ନେତା ଭାବେ ବେଶ ଜଣାଶୁଣା ।

୨୦୦୧ରୁ ଲଗାତାର ଭାବେ ଜଲୁକବାରୀ ଆସାମରୁ ସେ ବିଜୟୀ ହୋଇ ଆସୁଛନ୍ତି । ୨୦୧୬ରେ ଜଲୁକବାରୀ ବିଧାନସଭା ଆସନରୁ ୮୫ ହଜାର ଭୋଟରେ ବିଜୟୀ ହୋଇଥିଲେ । ୨୦୨୧ରେ ଏହି ଆସନରୁ ପୁଣି ବିଜୟଲାଭ କରିଛନ୍ତି ବିଶ୍ବଶର୍ମା । ୨୦୧୪ରେ କଂଗ୍ରେସରେ ଅସନ୍ତୋଷ ଜାହିର କରି ତରୁଣ ଗୋଗୋଇଙ୍କ ସରକାରରୁ ସେ ଇସ୍ତଫା ଦେଇଥିଲେ ।

୨୦୧୫ ଅଗଷ୍ଟ ୨୮ ତାରିଖରେ ବିଜେପିରେ ସାମିଲ ହୋଇଥିଲେ । ପୂର୍ବ- ଉତ୍ତର ଭାରତ ପାଇଁ ହିମନ୍ତ ବିଶ୍ବଶର୍ମାଙ୍କୁ ବିଜେପିର ବିଗ୍ ଷ୍ଟ୍ରାଟେଜିମେକର କୁହାଯାଉଛି । ୨୦୦୨ରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ଭାବେ ସେ ମନ୍ତ୍ରୀ ଥିଲେ । ରାଜନୀତିରେ ଲମ୍ବା ଅଭିଜ୍ଞତା ଥିବାରୁ ବିଜେପି ତାଙ୍କ ଉପରେ ଭରସା କରିଛି ।

Leave a Reply