୩ ଘଣ୍ଟାରେ କୋଭିଡ୍ ଆକ୍ରାନ୍ତଙ୍କୁ ବେଡ୍ ନଦେଲେ କାର୍ଯ୍ୟାନୁ୍ଷ୍ଠାନ ନିର୍ଦ୍ଦେଶ
ଅମରାବତୀ: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ସ୍ଥିତିର ସମୀକ୍ଷା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ । ରାଜ୍ୟବ୍ୟାପୀ କୋଭିଡ୍ ବେଡ୍ ସହ ଟିକାକରଣ ବୃଦ୍ଧି କରିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ଆକ୍ରାନ୍ତ ୧୦୪କୁ କଲ୍ କରିବା ମାତ୍ରେ ସମ୍ପୂର୍ଣ୍ଣ ସହାୟତା ଦେବାକୁ ସେ କହିଛନ୍ତି ।
ଏଥିସହ କରୋନା ଆକ୍ରାନ୍ତଙ୍କୁ ମାତ୍ର ୩ ଘଣ୍ଟା ମଧ୍ୟରେ ବେଡ୍ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶଯ୍ୟା ପ୍ରଦାନରେ ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ୧୦୪କୁ ଫୋନ୍ କଲ୍ ଆସିବା ମାତ୍ରେ ଆକ୍ରାନ୍ତଙ୍କ ସ୍ଥାନ ଅନୁଯାୟୀ ସମ୍ପୂର୍ଣ୍ଣ ତଥ୍ୟ ଜିଲ୍ଲାକୁ ଦେବାକୁ କହିଛନ୍ତି ।
ସ୍ଥାନୀୟ ପ୍ରଶାସନ ଅଗ୍ରାଧିକାର ଭିତ୍ତିରେ କରୋନା ଆକ୍ରାନ୍ତଙ୍କୁ ଆଡମିଟ୍ କରିବେ । ସମ୍ପୂର୍ଣ୍ଣ ମାଗଣା ଭାବେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।