spot_img

Latest Posts

ସ୍ୱାସ୍ଥ୍ୟ ସେବାର ନଗ୍ନ ଚିତ୍ର, ମାଆର ମୃତଦେହ ସାଙ୍ଗରେ ନେବା ପାଇଁ ଡାକ୍ତରଖାନା ମାଗିଲା ୮ ହଜାର ଟଙ୍କା

ୟୁପି: ଦେଶରେ କରୋନା ସଂକ୍ରମଣ ଏବେ ଉପରମୁହାଁ ହୋଇଛି । ପ୍ରତିଦିନ ୪ ଲକ୍ଷରୁ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟ ସେବା ଏବେ ମୁଖ୍ୟ ଭୁମିକା ଗ୍ରହଣ କରିଛି। କିଛି ଏଭିତି କିଛି ଘଟଣା ଘଟୁଛି ଯେଉଁଥିପାଇଁ ଦେଶରେ ସ୍ୱାସ୍ଥ୍ୟ ସେବା ବଦନାମ ହୋଇଛି। କେଉଁଠି ରୋଗୀଙ୍କୁ ଆମ୍ବୁଲାନ୍ସ ମିଳୁନି  ତ କେଉଁଠି ଡାକ୍ତରଖାନାରେ ରୋଗୀଙ୍କ ପାଇଁ ବେଡ ନାହିଁ। ଆଉ ଏବେ ଦେଶରେ ଅମ୍ଳଜାନ ଅଭାବରୁ ଅଧିକ ସଂଖ୍ୟାରେ ଲୋକେ ଆତ୍ମହତ୍ୟା କରୁଛନ୍ତି। ତେବେ ଏଭଳି ପରିସ୍ଥିତିରେ ୟୁପିର ଏକ ଡାକ୍ତରଖାନାରୁ ଆସିଛି ମାଆର ଶବକୁ ଘରକୁ ନେବା ପାଇଁ ଟଙ୍କା ମଗାଯାଉଥିବାର ଅଭିଯୋଗ ।

ଏଇ ଗୋଟିଏ ଘଟଣା ନୁହେଁ। ୟୁପିର ସ୍ୱାସ୍ଥ୍ୟସେବାର ଏମିତି ଏନେକ ଅବହେଳିତ ଘଟଣା ସାମ୍ନାକୁ ଆସିଛି। କଣ କେଉଁ ଡାକ୍ତରଖାନା ନିଜ ମାଆର ମୃତ ଦେହ ନେବା ପାଇଁ ପୁଅକୁ ଟଙ୍କା ମାଗିପାରେ। ଟିକେ ସେହି ପୁଅର ସ୍ଥାନରେ ରହି ଭାବନ୍ତୁ ତ। ମା ମୃତ୍ୟୁର ଦୁଖ ସାଙ୍ଗକୁ ଅର୍ଥ ଦେବାର ଚିନ୍ତା। କେଉଁଭଳି ପରିସ୍ଥିତିର ସାମ୍ନ କରୁଥିବା ସେ ପୁଅ। ଏଭଳି ଏକ ମାମଲା ଆଲିଗଡର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଡାକ୍ତରଖାନାରୁ ଆସିଛି। ଅଭିଯୋଗ ହୋଇଛି ଯେ ମା’ଙ୍କ ମୃତଦେହକୁ ନେଇଯିବା ପାଇଁ ଡାକ୍ତରଖାନାରେ ୮ ହଜାର ଟଙ୍କାର ଦାବି କରାଯାଇଥିଲା। ଯେତେବେଳେ ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହୋଇଥିଲା ସେତେବେଳେ ମହିଳାଙ୍କ ମୃତଦେହକୁ ତୁରନ୍ତ ଦିଆଯାଇଥିଲା।

Latest Posts

Don't Miss