spot_img

Latest Posts

ବାଲେଶ୍ବରର ୬୬ କେନ୍ଦ୍ରରେ ଟିକାକରଣ ବନ୍ଦ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ପୁଣି ବନ୍ଦ ହୋଇଛି ଟିକାକରଣ। ଟିକା ଅଭାବରୁ ଜିଲ୍ଲାର ମୋଟ ୬୬ଟି ଯାକ କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି। ଚଳିତ ମାସ ପହିଲାରେ ମିଳିଥିବା ମାତ୍ର ୭ ହଜାର ୮୫୦ ଡ଼ୋଜ୍‌ ଶେଷ ହେବା ପରେ ବନ୍ଦ ରହିଛି ଟିକାକରଣ।

ପୂର୍ବରୁ ଗତ ମାସ ଶେଷ ସପ୍ତାହରେ ୪ ଦିନ ପାଇଁ ଟିକାକରଣ ବନ୍ଦ ରହିଥିଲା। କେବେ ଆସିବ ଟିକା, ସେନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆଜିଠୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ସହ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯିବ । ଟିକାଦାନରେ ନିଜ ନାଁ ପଞ୍ଜିକରଣ କରିବା ପାଇଁ ସମସ୍ତ ଜିଲ୍ଲାରେ ସ୍ଲଟ ବୁକିଂ ବି ଆରମ୍ଭ ହୋଇଛି। ସଂକ୍ରମଣକୁ ରୋକିବାକୁ ଗତ ଶନିବାର ଠାରୁ ଏହି ସ୍ଲଟ ବୁକିଂ ଆରମ୍ଭ ହୋଇଥିଲା।

ସେହିପରି ଟିକା ନେବାକୁ ଥିବା ବ୍ୟକ୍ତି ନିଜ ସହ ଆଧାରକାର୍ଡ ନେବା ବାଧ୍ୟତାମୂଳକ କରାଯାଇଛି । ତେବେ ଭୁବନେଶ୍ବରେ ଟିକା କରଣ ପାଇଁ ୨୯ଟି ଟିକାକରଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।

Latest Posts

Don't Miss