ପୁରୁଷୋତ୍ତମ ସ୍ପେଶିଆଲ୍ ଏକ୍ସପ୍ରେସରେ ଆଉ ମିଳିବନି କ୍ୟାଟରିଂ ସୁବିଧା
1 min readଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ତଥା ଯାତ୍ରୀ ସଂଖ୍ୟା କମୁଥିବାରୁ ଏବେ ୦୨୮୦୧/୦୨୮୦୨ ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ସ୍ପେଶିଆଲ୍ ଏକ୍ସପ୍ରେସରେ ଖାଦ୍ୟ ସୁବିଧା ପ୍ରଦାନ କରାଯିବ ନାହିଁ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି।
.@RailMinIndia #Unite2FightCorona
Pantry Car Service in Puri-New Delhi-Puri Purusottam Special 02801/02 from Puri w.e.f. 28th and from New Delhi w.e.f. 30th April'2021 has been withdrawn, because of poor patronization, till further advice @DRMKhurdaRoad pic.twitter.com/2YZgpPvm85
— East Coast Railway (@EastCoastRail) April 28, 2021
ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ସ୍ପେଶିଆଲ୍ ଏକ୍ସପ୍ରେସ ପୁରୀରୁ ଏପ୍ରିଲ୍ ୨୮ ତାରିଖରୁ ବାହାରି ନୂଆଦିଲ୍ଲୀରେ ଏପ୍ରିଲ୍ ୩୦ ତାରିଖରେ ପହଞ୍ଚିବ। ଏହି ସମୟରେ ଯାତ୍ରୀଙ୍କୁ କ୍ୟାଟରିଂ ସୁବିଧା ମିଳିବ ନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
ଯେଉଁଥିପାଇଁ ପୁରୁଷୋତ୍ତମ ଏକ୍ସପ୍ରେସରେ ଯାତ୍ରା କରିବାକୁ ଥିବା ଯାତ୍ରୀ ମାନେ ନିଜେ ନିଜର ଖାଦ୍ୟ ବ୍ୟବସ୍ଥା କରିନେବାକୁ ରେଳବାଇ ପରାମର୍ଶ ଦେଇଛି । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ଏହା ବଳବତ୍ତର ରହିବ ବୋଲି ରେଳବାଇ ପ୍ରକାଶ କରିଛି ।