ମୋଦିଙ୍କ ‘ମନ୍‌ କି ବାତ୍‌’କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ, କହିଲେ… ଦେଶରେ ଫେଲ୍ ମାରିଛି ସିଷ୍ଟମ

ନୂଆଦିଲ୍ଲୀ: ମୋଦିଙ୍କ ମନ କି ବାତ କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସେ ହକିଛନ୍ତି ଦେଶରେ ସିଷ୍ଟମ ଫେଲ । ଏହି ସମୟରେ ଜଣେ ଦାୟିତ୍ୱବାନ ନାଗରିକର ଆବଶ୍ୟକ ରହିଛି । ଏଥିପାଇଁ ଏବେ ମନକି ବାତ ନୁହଁ ଜନକି ବାତ କରିବା ଆବଶ୍ୟକ । କରୋନା ସଙ୍କଟରୁ ମୁକୁଳିବା ପାଇଁ ପ୍ରତିଟି ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି କହିଛନ୍ତି ରାହୁଲ । ସେପଟେ ଲୋକଙ୍କ ପ୍ରତିଟି ସୁଖ ଦୁଃଖରେ ସାଥି ହୋଇ ଛିଡା ହେବାକୁ କଂଗ୍ରେସ କର୍ମୀଙ୍କୁ ମଧ୍ୟ ଅପିଲ କରିଛନ୍ତି ରାହୁଲ । ନିଜ ସକ୍ଷମ ଅନୁଯାଇ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ରାହୁଲ ।

କରୋନାର ଦ୍ୱିତୀୟ ଲହର ସହ ଚାଲିଛି ଯୁଦ୍ଧ । ଏହି ଯୁଦ୍ଧରେ ପ୍ରତିଟି ଦେଶବାସୀ ଜଣେ ଜଣେ ଯୋଦ୍ଧା । ସମସ୍ତେ ନିଜ ଉପରେ ବିଶ୍ୱାସ ରଖିବା ସହ ସେଚତନ ରହିବା ନିତ୍ୟାନ୍ତ ଜରୁରୀ । ଆମ ଜୀବନ ବଞ୍ଚାଇବାକୁ ଚେଷ୍ଟା ଜାରି ରଖିଥିବା ଆଗଧାଡିର ଯୋଦ୍ଧାଙ୍କୁ ଆମ ସହାୟତା ନିତ୍ୟାନ୍ତ ଆବଶ୍ୟକ ବୋଲି ନିଜ ୭୬ ତମ ମନକି ବାତରେ ଦେଶବାସୀଙ୍କୁ ଉଦବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି କାର୍ଯ୍ୟକ୍ରମରେ ମୋଦି ଡାକ୍ତର, ଆମ୍ବୁଲାନ୍ସ ଡ୍ରାଇଭର, ନର୍ସ ଓ ଜଣେ କରୋନାରୁ ସୁସ୍ଥ ହୋଇଥିବା ମହିଳାଙ୍କ ସହ କଥା ହୋଇଥିଲେ । ସମସ୍ତଙ୍କୁ ସେ ଭୁରି ପ୍ରଶଂସା କରିଛନ୍ତି ।

କାର୍ଯ୍ୟକ୍ରମ ମଧ୍ୟରେ ମୁମ୍ବାଇର ଜଣେ ଡାକ୍ତର ଶଶାଙ୍କ ଓ ଆମ୍ବୁଲାନ୍ସ ଡ୍ରାଇଭର ପ୍ରେମ ବର୍ମାଙ୍କ ସହ କଥା ହୋଇଥିଲେ । କରୋନା ଲଢେଇ ବେଳର ପ୍ରତିଟି ମୁହୁର୍ତ୍ତକୁ ନେଇ ଆଲୋଚନା କରିଥିଲେ । ତେବେ ଭ୍ୟାକସିନକୁ ନେଇ ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ମୋଦି । ପ୍ରତିଟି ଲୋକ ଭ୍ୟାକସିନ୍ ନେଇ ନିଜ ସହ ନିଜ ପରିବାରକୁ ମଜବୁତ ରଖିବାକୁ କହିଛନ୍ତି । ନିଜ ନିଜ କର୍ମଚାରୀଙ୍କୁ ଟିକା ଦେଇ ଏହି ଅଭିଯାନ ଆଗକୁ ବଢାଇବା ପାଇଁ କର୍ପୋରେଟ୍ ସେକ୍ଟରକୁ ମଧ୍ୟ ଅପିଲ କରିଛନ୍ତି ମୋଦି । ତେବେ କାର୍ଯ୍ୟକ୍ରମ ଶେଷରେ ସେ ଦେଶବାସୀଙ୍କୁ ମହାବୀର ଜୟନ୍ତିର ଶୁଭକାମନା ଜଣାଇଛନ୍ତି ।

Leave a Reply