spot_img

Latest Posts

IPL14: ଆଜି ମୁମ୍ବାଇ-ହାଇଦ୍ରାବାଦ ମୁକାବିଲା, ବଦଳିପାରେ ପ୍ଲେଇଂ ଇଲେଭେନ୍

ଚେନ୍ନାଇ: ଆଇପିଏଲ ୧୪ ତମ ସଂସ୍କରଣରେ ଶନିବାର ଖେଳାଯିବ ନବମ ମ୍ୟାଚ୍। ଏଥିରେ ମୁହାମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ। ଗତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ କିନ୍ତୁ ଦୁଇଟି ଯାକ ମ୍ୟାଚ୍ ହାରିଯାଇଛି।

ହାଇଦ୍ରାବାଦ ଦଳକୁ ଚେନ୍ନାଇର ପିଚ୍ ସୁହାଉନାହିଁ । ଗତ ମ୍ୟାଚରେ ଦଳ ୧୫୦ ରନ୍ ଲକ୍ଷ୍ୟ ବି ହାସଲ କରିବାରେ ବିଫଳ ହୋଇଛି। ଦୁଇଟି ଯାକ ମ୍ୟାଚ୍‌ରେ ଦଳ ବିପକ୍ଷ ଦେଇଥିବା ଲକ୍ଷକୁ ହାସଲ କରିପାରି ନାହିଁ। ତେବେ ଦଳ ଉପରେ ଷ୍ଟାର ପ୍ଲେୟାର କେନ ୱିଲିୟମସନଙ୍କ ଅନୁପସ୍ଥିତି ବହୁତ ପ୍ରଭାବ ପକାଉଛି। ଆଜି ମଧ୍ୟ ୱିଲିୟମସନ୍ ମ୍ୟାଚ ଖେଳି ପାରିବ ନାହିଁ।

ତେବେ ତାଙ୍କ ସ୍ଥାନରେ ତିନି ନମ୍ବରରେ ଖେଳୁଥିବା ମନୀଷ ପାଣ୍ଡେ ଗତ ଦୁଇଟି ମ୍ୟାଚରେ ରନ୍ ସ୍କୋର କରିଥିଲେ ମଧ୍ୟ ଦଳ ଜିତିବାରେ ବିଫଳ ହୋଇଥିଲେ। ଦୁଇ ଦିନ ପୂର୍ବେ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିନାମା ତାଲିକାରୁ ବାଦ ପଡ଼ିଥିବା ପାଣ୍ଡେଙ୍କ ଷ୍ଟ୍ରାଇକ୍ ରେଟକୁ ନେଇ ଅନେକ ସମାଲୋଚନା କରାଯାଉଛି।

ତେବେ ମୁମ୍ବାଇ ଇଣ୍ଡିଆନ୍ସ ନିଜ ପ୍ଲେଇଁ ଇଲେଭେନରେ କୌଣସି ପରିବର୍ତ୍ତ କରି ନପାରେ । ବିଶେଷ କରି ଗତ ମ୍ୟାଚରେ କୋଲକାତା ବିପକ୍ଷରେ ଭଲ ପ୍ରଦର୍ଶନ କରି ବିଜୟୀ ହେବା ପରେ ଦଳ ବିଶେଷ କିଛି ପରିବର୍ତ୍ତନ କରିବନି ବୋଲି ଆଶା କରାଯାଉଛି । ଅବଶ୍ୟ ଦଳର ବୋଲିଂ ପ୍ରଦର୍ଶନ ଏତେ ଭଲ ନାହିଁ ତେବେ କ୍ୟାପ୍ଟେନ ରୋହିତ ଶର୍ମା ଦଳରେ ବୋଲରଙ୍କ ବଦଳିପାରନ୍ତି । ମାର୍କୋ ଜେନଶନଙ୍କ ବଦଳରେ ରୋହିତ ନାଥନ କୁଲ୍ଟର ନାଇଲ୍ , ଜିମି ନିଶମ ଓ ଆଡମ ମିଲନେଙ୍କ ମଧ୍ୟରୁ କାହାକୁ ନେଇପାରନ୍ତି।

ଅନ୍ୟପଟେ ସନରାଇଜ୍ରସ ହାଇଦ୍ରାବାଦ ଟିମ ଇଲେଭେନରେ କିନ୍ତୁ ବଡ଼ ପରିବର୍ତ୍ତନର ଆଶଙ୍କା କରାଯାଉଛି। କ୍ୟାପ୍ଟେନ ଡେଭିଡ୍ ୱାରନର୍ଙ୍କ ପ୍ଲେଇଁ ୧୧ ଚୟନ ଉପରେ ନାନା ପ୍ରଶ୍ନ ଉଠୁଛି। ଏକାବେଳକେ ଦୁଇଜଣ ୱିକେଟ କିପର ରିଦ୍ଧିମାନ ଶାହ ଓ ଜୋନି ବେୟାରଷ୍ଟୋଙ୍କୁ ସ୍ଥାନ ଦେଇ ଦଳର ବହୁତ କ୍ଷତି ହେଉଛି । ଏମିତିରେ ରିଦ୍ଧିମାନ ଶାହ ବି ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି।

ଦଳ ବେୟାରଷ୍ଟୋଙ୍କୁ ଓପନିଂ ଓ ୱିକେଟ କିପିଂ ଦୁଇଟି ପାଇଁ ବ୍ୟବହାର କରିପାରିବ । ଏବଂ ରିଦ୍ଧିମାନ ସାହାଙ୍କୁ ବସାଇ ତାଙ୍କ ବଦଳରେ ସ୍ପିନର କେଦାର ଯାଦବଙ୍କୁ ସୁଯୋଗ ଦେଇପାରିବ। ଯାହା ଦ୍ୱାରା ବୋଲିଂ ଆହୁରି ମଜଭୁତ ହୋଇଯିବ। ବିଜୟ ଶଙ୍କର ବି ଗତ ୨ଟି ଯାକ ମ୍ୟାଚରେ ବିଫଳ ରହିଛନ୍ତି । ତେଣଉ ତାଙ୍କ ସ୍ଥାନରେ ଦଳ ପ୍ରିୟମ ଗର୍ଗଙ୍କୁ ଖେଳାଇପାରେ।

ସାମ୍ଭାବ୍ୟ ପ୍ଲେଇଁ ଇଲେଭେନ୍:

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ୍ ଡିକକ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କାଏରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, ଜସପ୍ରୀତ ବୁମରାହ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଆଡାମ ମିଲନେ/ ମାର୍କୋ ଜେନସନ।

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ ୱାର୍ଣ୍ଣର (ଅଧିନାୟକ), ରିଦ୍ଧିମାନ ସାହା, ମନୀଷ ପାଣ୍ଡେ, ଜନି ବେୟାରଷ୍ଟୋ, ବିଜୟ ଶଙ୍କର/କେଦାର ଯାଦବ, ଜେସନ ହୋଲ୍ଡର, ଅବଦୁଲ ସମଦ, ଭୁବନେଶ୍ୱର କୁମାର, ରସିଦ ଖାନ୍ନ, ଟି ନଟରାଜନ୍, ସନ୍ଦୀପ ଶର୍ମା।

 

Latest Posts

Don't Miss