ନୂଆଦିଲ୍ଲୀ: ବଲିଉଡର ଏଭର ଗ୍ରୀନ ହିରୋ ଅନିଲ କପୁରଙ୍କ ଝିଅ ସୋନମ କପୁର ବଲିଉଡକୁ ଅନେକ ସଫଳ ଚଳଚ୍ଚିତ୍ର ଦେଇଛନ୍ତି। ସୋନମ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କର ସୁପର ଡ୍ରେସିଂ ସେନ୍ସ ପାଇଁ ମଧ୍ୟ ବହୁତ ଚର୍ଚ୍ଚାରେ ରୁହନ୍ତି। ବଲିଉଡ ଅଭିନେତ୍ରୀ ସୋନମ ଆଜିକାଲି ଲଣ୍ଡନରେ ରହୁଛନ୍ତି। ସୋନମ ଯେତେବେଳେ ତାଙ୍କ ସ୍ୱାମୀଙ୍କ ସହ ଲଣ୍ଡନର ରାସ୍ତାରେ ବୁଲୁଥିଲେ ସେତେପେଳେ ସେ ଭାରତକୁ ବହୁତ ମନେକାଉଥିଲେ। ସୋନମ ତାଙ୍କ ପରିବାରକୁ ବହୁତ ମିସ୍ କରୁଛନ୍ତି ବୋଲି ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ସୋନମ କପୁର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଉଭୟ ଲଣ୍ଡନର ଏକ ରାସ୍ତାରେ ନଜର ଆସିଛନ୍ତି। ସୋନମ ପଛକୁ ଚାହିଁ ହସୁଥିବାବେଳେ ଆନନ୍ଦ ପଛକୁ ଚାହିଁ ହସୁଥିବାର ନଜର ଆସିଛନ୍ତି। ଉଭୟଙ୍କ ଉପରେ ଏକ କଳା ରଙ୍ଗର ଛତା ଅଛି। ରାସ୍ତାଗୁଡ଼ିକ ମଧ୍ୟ ଓଦା ଦେଖାଯାଉଛି, ଅର୍ଥାତ୍ ବର୍ଷା ଋତୁରେ ଏହି ଫଟୋ ଉଠାଯାଇଛି।

ଏହି ଫଟୋ ସେୟାର କରିବାବେଳେ ସୋନମ ଏକ ଅତ୍ୟନ୍ତ ହୃଦୟକୁ ଛୁଇଁଲାଭଳି କଥା ଲେଖିଛନ୍ତି। ସୋନମ ଲେଖିଛନ୍ତି, ‘ମୁଁ ଭାରତକୁ ବହୁତ ମିସକରୁଛି । ମୁଁ ମୋ ପରିବାର ଏବଂ ବନ୍ଧୁମାନଙ୍କୁ ଭେଟିବାକୁ ମୋ ଘରକୁ ମାନେ ଭାରତ ଆସିବାକୁ ଚାହୁଁଛି, କିନ୍ତୁ ସେ ତାଙ୍କ ନୂଆ ଘରକୁ ଛାଡ଼ି ଆସିବାକୁ ଚାହୁଁ ନାହାଁନ୍ତି ବୋଲି ସେ ଲେଖିଛନ୍ତି । ଲଣ୍ଡନରେ ଏକ ଖରାପ ଦିନ ଅନ୍ୟ ସ୍ଥାନରେ ଭଲ ଦିନ ଅପେକ୍ଷା ଭଲ। ଏହା ସହିତ ସୋନମ ଉନବିଂଶ ଶତାବ୍ଦୀର ଆମେରିକୀୟ କବି ତଥା ଦାର୍ଶନିକ ରାଲ୍ଫ ୱାଲଡୋ ଏମର୍ସନଙ୍କ କୋଟ୍ ଅଂଶୀଦାର କରିଛନ୍ତି। ଆହୁରି ମଧ୍ୟ ସୋନମ ଲଣ୍ଡନ, ମୁମ୍ବାଇ ଏବଂ ଦିଲ୍ଲୀର ହ୍ୟାସଟ୍ୟାଗ ଦେଇଛନ୍ତି।

