spot_img

Latest Posts

ବପ୍ପି ଲହରି କରୋନା ସଂକ୍ରମିତ, ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ପୁଣିଥରେ ଉଗ୍ର ହେବାରେ ଲାଗିଛି । ବିଶେଷକରି ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ମାମଲା ବାହାରୁଛି। କେବଳ ସାଧାରଣ ଲୋକ ନୁହଁନ୍ତି, ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ବ୍ୟକ୍ତିତ୍ୱମାନେ ମଧ୍ୟ ମହାମାରୀର ଶିକାର ହେଉଛନ୍ତି। ବର୍ତ୍ତମାନ ବଲିଉଡର କିମ୍ବଦନ୍ତୀ ଗାୟକ ବପ୍ପି ଲହରି ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ବପ୍ପି ଲହରିଙ୍କ ମୁଖପାତ୍ର ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବପ୍ପି ଦା’ଙ୍କ ବୟସକୁ ଧ୍ୟାନରେ ରଖି ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହିତ ସେ ବପ୍ପି ଦା’ଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ନିଜର କୋଭିଡ୍ ଟେଷ୍ଟ କରେଇବାକୁ ପରାମର୍ଶ୍ୟ ଦେଇଛନ୍ତି।

ଅନ୍ୟପଟେ, ବପ୍ପି ଦା’ଙ୍କ ପୁଅ ରେମା ଲହରି କହିଛନ୍ତି ଯେ ତାଙ୍କ ପିତା ଏହି ମହାମାରୀର ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିଥୁଲେ ଏବଂ ସମସ୍ତ ସତର୍କତା ବି ଅବଲମ୍ବନ କରୁଥିଲେ। ଏହା ସତ୍ତ୍ୱେ ବି ସେ କରୋନା ସଂକ୍ରମିତ ହୋଇଛନ୍ତି। ଏହି ଖବର ପାଇବା ପରେ ବଲିଉଡର ଅନେକ ସେଲେବ୍ରିଟି ଓ ପ୍ରଶଂସକମାନେ ତାଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି।

 

 

Latest Posts

Don't Miss