ଟ୍ରାନ୍ସଫର୍ମରରେ ଲାଗିଲା ନିଆଁ, ବିଦ୍ୟୁତ ସରବରାହ ବନ୍ଦ

ନୀଳଗିରି: ଟ୍ରାନ୍ସଫର୍ମରରେ ଲାଗିଲା ନିଆଁ । ଦୁର୍ଗାମଣ୍ଡପ ନିକଟରେ ଥିବା ବିଦ୍ୟୁତ ବିଭାଗର ଟ୍ରାନ୍ସଫର୍ମରରେ ନିଆଁ ଲାଗିଛି । ଆଜି ସକାଳେ ହୁତୁହୁତୁ ହୋଇ ଟ୍ରାନ୍ସଫର୍ମରଟି ଜଳୁଥିବା ଦେଖିବାକୁ ମିଳିଥିଲା । ତେବେ ନିଆଁ ତଳେ ଖୋଲା ପଡ଼ିଥିବା ମେଣ୍ଟେନାନ୍ସ ବକ୍ସରୁ ଲାଗିଥିବା ଅନୁମାନ କରାଯାଉଛି । ତେବେ ଏହି ନିଆଁ ଅଧିକରୁ ଅଧିକ ବଢ଼ୁଥିବା ବେଳେ ସମଗ୍ର ନୀଳଗିରିରେ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଛି । ତେବେ ନୀଳଗିରିର ବିଭିନ୍ନ ସ୍ଥାନରେ ଟ୍ରାନ୍ସଫର୍ମର ବିପଦ ସଂକୁଳ ଭାବେ ଖୋଲାମେଲା ପଡ଼ିଥିବା ବେଳେ ଏହାର ସଠିକ ସମୟରେ ମେଣ୍ଟେନାନ୍ସ ହୋଇନଥିବା ଅଭିଯୋଗ ବି ହେଉଛି। ତେବେ ନିଆଁ ଆୟତ୍ତ ହେବା ସହ ବିଦ୍ୟୁତ ବିଭାଗ କର୍ମଚାରୀ ଟ୍ରାନ୍ସଫର୍ମର ସଜାଡ଼ିବାରେ ଲାଗିଛନ୍ତି । ଏହାସତ୍ତ୍ୱେ ଖବର ଲେଖା ହେବା ଯାଏଁ ସହରରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଥିବା ସୂଚନା ରହିଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଅସମ୍ଭାଳ ହେବ ତାତି: ୪୦ ଡିଗ୍ରୀ ଟପିବ ତାପମାତ୍ରା

Leave a Reply