spot_img

Latest Posts

ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ରାଜ୍ୟସଭାରେ ଦାବି ଉପସ୍ଥାପନ କଲେ ସାଂସଦ ମୁନ୍ନା ଖାଁ

ନୂଆଦିଲ୍ଲୀ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ରାଜ୍ୟସଭାରେ ଦାବି ଉପସ୍ଥାପନ କରିଛନ୍ତି ସାଂସଦ ମୁନ୍ନା ଖାଁ। ବିଜୁବାବୁଙ୍କ ଭଳି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉପଯୁକ୍ତ ସମ୍ମାନ ମିଳିନି ବୋଲି ସାଂସଦ ଗୃହରେ ଅଭିଯୋଗ କରିଛନ୍ତି। ତିନିଟି ଉଦାହରଣ ଦେଇ ବିଜୁବାବୁଙ୍କ ମହାନତା ସମ୍ପର୍କରେ ସାଂସଦ ମୁନ୍ନା ଖାଁ ଗୃହରେ ଦାବି କରିଥିଲେ ଯେ, ଏଭଳି ଜଣେ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ ଓ ଷ୍ଟେଟସମ୍ୟାନଙ୍କୁ ଭାରତରତ୍ନ ନଦେବା ନିଶ୍ଚିତ ରୁପେ ଦୁର୍ଭାଗ୍ୟଜନକ।

କାଶ୍ମୀରରେ ପାକିସ୍ଥାନ ଆକ୍ରମଣ ସମୟରେ ପଞ୍ଜାବ ରେଜିମେଣ୍ଟକୁ ଉଡାଜାହଜରେ ନେଇ କାଶ୍ମୀର ମାଟିରେ ଓହ୍ଲାଇବାରେ ବିଜୁବାବୁ ଯେଉଁ ଦୁଃସାହସ ଦେଖାଇଥିଲେ ତାହା ଇତିହାସରେ ବିରଳ। ସେହିପରି ୬୦ବର୍ଷ ତଳେ ଆତ୍ମନିର୍ଭର ଭାରତର ସ୍ୱପ୍ନ ଦେଖି ବିଜୁବାବୁ ସୁନାବେଡାରେ HAL ବା ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ ସ୍ଥାପନ କରିଥିଲେ।

ବିଜୁବାବୁ ଏକ ମାତ୍ର ବ୍ୟକ୍ତି ତିନିଟି ଦେଶ ପାଇଁ ସ୍ୱାଧୀନତା ସଂଗ୍ରାମ ଲଢିଥିଲେ। ଋଷିଆ, ଇଣ୍ଡୋନେସିଆ ଓ ଭାରତ ପାଇଁ ବିଜୁବାବୁଙ୍କ ସ୍ୱାଧୀନତା ସଂଗ୍ରାମ ଲଢି ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିପାରିଥିଲେ। ସେଥିପାଇଁ ତାଙ୍କ ଦେହାନ୍ତ ସମୟରେ ତିନିଟି ଦେଶର ଜାତୀୟ ପତକା ଅର୍ଦ୍ଧନିମିତ ହୋଇଥିଲା। ଏଭଳି ଜଣେ ମହାନ୍ ବ୍ୟକ୍ତିଙ୍କୁ ଭାରତରତ୍ନ ଦେବାରେ ଅବହେଳା କରିବା ନିଶ୍ଚିତ ରୁପେ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ସାଂସଦ।

Latest Posts

Don't Miss