spot_img

Latest Posts

ରାଉରକେଲା ଆଇଜିଏଚ୍‌କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଫୁଲ୍ଲ ମଲ୍ଲିକଙ୍କ ଚିଠି। ରାଉରକେଲା IGH ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲଖିଲେ ଚିଠି। ଚିଠି ଲେଖିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଚିଠିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଫୁଲ୍ଲ ମଲ୍ଲିକ। ଆଇଜିଏଚ୍‌କୁ ମେଡିକାଲ କଲେଜ କରାନଯିବା ନେଇ ଅସନ୍ତୋଷ ବଖାଣିଛନ୍ତି ମନ୍ତ୍ରୀ। ଯଦି ଦେଖିବା ଆଇଜିଏଚ୍‌କୁ ମେଡିକାଲ କଲେଜ କରିବା ପାଇଁ ପ୍ରଧାନମନ୍ତ୍ରୀ  ଘୋଷଣା କରିଥିଲେ। ୨୦୧୫ ଏପ୍ରିଲ ୨ରେ ଘୋଷଣା କରିଥିଲେ। ଆଇଜିଏଚ୍‌କୁ ଏକ ସୁପର ସ୍ପେସିଆଲିଷ୍ଟ କଲେଜ କରିବେ ବୋଲି ଘୋଷଣା କରିଥିଲେ। ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଷ୍ଟ ଡାକ୍ତରଖାନା ହୋଇଥାନ୍ତା ଆଇଜିଏଚ୍‌।

ହେଲେ ଏଇ ଭିତରେ ୬ ବର୍ଷ ବିତି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ତାଙ୍କ ଘୋଷଣାକୁ ପୂର୍ଣ୍ଣ କରିନାହାନ୍ତି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏହାର କାର୍ଯ୍ୟଭାର ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ଏହାର କାର୍ଯ୍ୟଭାର ଦିଆଯାଇଥିଲା। ତେବେ ତତ୍କାଳୀନ ଇସ୍ପାତ ମନ୍ତ୍ରୀ ଶୀଘ୍ର କାମ ସାରିବା ପାଇଁ ଦେଇଥିଲେ ଆଶ୍ୱାସନା। ୬ବର୍ଷ ପରେ ମଧ୍ୟ ତାହା ହୋଇନଥିବା ଚିଠିରେ ଦର୍ଶାଯାଇଛି।

ଏବେ ଆଇଜିଏଚରେ ୨୦୦ଶଯ୍ୟାର ସୁପର ସ୍ପେଶିଆଲିଟି ହସ୍ପିଟାଲ କରାଯାଇଛି ମାତ୍ର। ଏହା ମଧ୍ୟରେ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଆଇଜିଏଚକୁ ଏକ ମେଡିକାଲ କଲେଜରେ ପରିଣତ କରାଯାଇପାରିନାହିଁ। ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଅବହେଳା କରିଅଛନ୍ତି। ଆଇଜିଏଚ ଏକ ମେଡିକାଲ କଲେଜରେ ଉନ୍ନୀତ ହୋଇଥିଲେ ରାଉରକେଲା ଆଖପାଖ ଅଞ୍ଚଳର ଲୋକମାନେ ବିଶେଷ ଉପକୃତ ହୋଇଥାନ୍ତେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ।

Latest Posts

Don't Miss