spot_img

Latest Posts

ଇତିହାସ ରଚିଲେ ମିତାଲି : ବିଶ୍ୱର ପ୍ରଥମ ମହିଳା ଭାବେ ODIରେ ହାସଲ କଲେ ୭ ହଜାର ରନ୍

ଲକ୍ଷ୍ନୌ: ଭାରତୀୟ ମହିଳା ଅନ୍ତର୍ଜାତୀୟ ଦିନିକିଆ ଟିମର ଅଧିନାୟକ ମିତାଲି ରାଜଙ୍କ ନୂଆ ରେକର୍ଡ଼ । ପ୍ରଥମ ଭାରତୀୟ ମହିଳା ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନର ରେକର୍ଡ଼ କରିବା ପରେ ଏବେ ODIରେ ୭ ହଜାର ରନ ପୂରା କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି ମିତାଲି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଦିନିକିଆରେ ମିତାଲି ୨୬ ରନ କରିବା କ୍ଷଣି ହିଁ ତାଙ୍କ ନାଁରେ ଏହି ଉପଲବ୍ଧି ଯୋଡ଼ି ହୋଇଯାଇଛି। ଲକ୍ଷ୍ନୌର ଅଟଳ ବିହାରି ବାଜପେୟୀ ଷ୍ଟାଡିୟମରେ ଚିଲିଥିବା ସିରିଜରେ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ୨-୧ରେ ଆଗୁଆ ରହିଛି ।

୩୮ ବର୍ଷୀୟ ମିତାଲି ପୂର୍ବରୁ ହିଁ ସବୁଠୁ ଅଧିକ ଦିନିକିଆ ଖେଳିଥିବା ମହିଳା ଖେଳାଳି ହୋଇସାରିଛନ୍ତି । ଏଥି ସହିତ ସିରିଜର ତୃତୀୟ ମ୍ୟାଚରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନର ରେକର୍ଡ଼ କରିଛନ୍ତି । ଏଥିସହିତ ଭାରତର ପ୍ରଥମ ଓ ବିଶ୍ୱର ଦ୍ୱିତୀୟ ମହିଳା କ୍ରିକେଟର ଭାବେ ଏହି ଉପଲବ୍ଧି ହାସ କରିଛନ୍ତି ମିତାଲି।

ମିତାଲିଙ୍କ ପୂର୍ବରୁ ଇଂଲଣ୍ଡର ଚାର୍ଲେଟ୍ ଏଡୱାର୍ଡସ ପ୍ରଥମ ମହିଳା ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍‌ ପୂରଣ କରିଥିଲେ। ଏବେ ଅନ୍ତର୍ଜାତୀୟ ମହିଳା କ୍ରିକେଟର୍‌ରେ ସର୍ବାଧିକ ରନ୍‌ ହାସଲକାରୀ ଖେଳାଳି ହେବାକୁ ଏଡୱାର୍ଡସଙ୍କ ଠାରୁ ୨୯୯ ରନ୍‌ ପଛରେ ରହିଛନ୍ତି ମିତାଲି।

ଏତେ ବଡ଼ ରେକର୍ଡ଼ କରି ବି ମିତାଲି ଚତୁର୍ଥ ଦିନିକିଆରେ ହାଫ୍ ସେଞ୍ଚୁରୀରୁ ବି ବଞ୍ଚିତ ହୋଇଛଠନ୍ତି। ସେ ୪୫ ରନ କରି ଆଉଟ୍ ହୋଇଯାଇଥିଲେ।

ଏବେ ଜାଣିବା ମିତାଲିଙ୍କ କ୍ୟାରିୟର ବିଷୟରେ। ମିତାଲି ନିଜ କ୍ୟାରିୟରର ପ୍ରଥମ ଦିନିକିଆ ମ୍ୟାଚ୍ ୧୯୯୯ରେଖେଳିଥିଲେ ଏବଂ ସେଥିରେ ସେ ୧୧୪ ରନ କରି ନଟ ଆଉଟ୍ ରହିଥିଲେ । ଏହାପରେ ସେ ୨୦୦୩ରେ ୧ ହଜାର ରନ ହାସଲ କରିଥିଲେ । ଏହାର ମାତ୍ର ୩ ବର୍ଷ ଭିତରେ ହିଁ ୨୦୦୬ରେ ମିତାଲି ଦିନିକିଆରେ ୨ହଜାର ରନ୍ ହାସ କରିଥିଲେ । ସେହିପରି ୨୦୦୮ରେ ୩ ହଜାର ରନ୍ ଓ ୨୦୧୧ରେ ୪୦୦ ରନ୍ ପୂରା କରିଥିଲେ । ସେତେବେଳେ ସେ ବିଶ୍ୱର ୫ ନମ୍ବର ରାଙ୍କରେ ଥିଲେ। ଆଉ ଏହାର ୪ ବର୍ଷ ଭିତରେ ସେ  ୫ ହଜାର ରଣ ପୂରଣ କରିସାରିଥିଲେ । ଏଥିସହିତ ସେ ୫ ନମ୍ର ରାଙ୍କର ରୁ ସିଧା ୨ ନମ୍ବର ରାଙ୍କୁ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ନ୨୦୧୭ରେ ରେ ୬ହଜାର ଆଉ ଏବେ ସେ ୭ହଜାର ରନ କରି ଏକମାତ୍ର ମହିଳା କ୍ରିକେଟର ଭାବେ ହାସଲ କରିଛନ୍ତି ବିଶ୍ୱର ନମ୍ବର ୱାନ୍ ରାଙ୍କ।

 

 

Latest Posts

Don't Miss