୧୨ ବିଭାଗକୁ ୪,୬୨୫ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିନି: ଅଶୋକ ମୀନା

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟରେ କେନ୍ଦ୍ରୀୟ ଯୋଜନା ଅର୍ଥ ମିଳୁନି। ଏମିତିକି ୧୨ ବିଭାଗକୁ ୪ ହଜାର ୬୨୫ କୋଟି ଟଙ୍କାର ଅନୁଦାନ ମିଳିନି ବୋଲି ସୂଚନା ଦେଇଛନ୍ତି ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା। ଏ ନେଇ ସେ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । କେନ୍ଦ୍ରୀୟ ଯୋଜନା ବାବଦକୁ ଅର୍ଥ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ୯୨୪ କୋଟି ୭୧ ଲକ୍ଷ ଟଙ୍କା ପାଇବାର ଅଛି।

ସେହିପରି ପଞ୍ଚାୟତିରାଜ ବିଭାଗର ୮୯୪ କୋଟି ୯୯ ଲକ୍ଷ ଟଙ୍କା ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୫୯୮କୋଟି ଟଙ୍କା ମିଳିନାହିଁ । ଅପରପକ୍ଷେ ଗୃହ ନିର୍ମାଣ, ନଗର ଉନ୍ନୟନ ଓ ମହିଳା ଶିଶୁ ବିକାଶର ୫୯୦ କୋଟି ୭୫ ଲକ୍ଷ ଟଙ୍କା ଏବଂ କୃଷି ବିଭାଗର ୫୬୮କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ପାଇବାକୁ ବାକି ରହିଛି ବୋଲି ସେ ସୂଚନା ଦେଇଛନ୍ତି।

ଏଥିସହିତ ପଢ଼ନ୍ତୁ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

Leave a Reply