ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ପୁଣି ଗୃହ ମୁଲତବୀ । ଗୃହକୁ ଅପରାହ୍ଣ ୪ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି । ଶୁକ୍ରବାର ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଗୃହ କାର୍ଯ୍ୟ ଆରମ୍ଭରୁ ଧାନକିଣାକୁ ନେଇ ଆରମ୍ଭରୁ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଗୃହ ମଧ୍ୟଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ନାରାବାଜି କରିଥିଲେ । ଗୃହ ସାଢ଼େ ୧୧ଟା ଯାଏ ମୁଲତବି ରହିଥିଲା  । ଧାନମଣ୍ଡି ପ୍ରସଙ୍ଗ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ  । ପ୍ରକୃତ ଚାଷୀଙ୍କଠାରୁ ଧାନ କିଣାଯାଉନଥିବା ଦଳ ଅଭିଯୋଗ କରିଛି। ସବୁ ଚାଷୀଙ୍କ ଧାନ କିଣାଯିବ ବୋଲି କହିଥିଲେ । କିନ୍ତୁ ମିଛ ଚାଷୀଙ୍କଠାରୁ ଧାନ କିଣାଯାଉଥିବାରୁ ଏହାର ପ୍ରତିବାଦ କରାଯାଇଛି ବୋଲି ବିରୋଧୀ କହିଛନ୍ତି  । ଅନ୍ୟପଟେ ବିଜେଡି କହିଛି ବିରୋଧୀ ଅଯଥାରେ ଜାଣିଶୁଣି ବିଧାନସଭାକୁ ଅଚଳ କରୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ବଦଳିଲା ପାଣିପାଗ, ତାତିରୁ ମିଳିଲା ତ୍ରାହି

Leave a Reply