ଦର ବୃଦ୍ଧିକୁ ନେଇ ପାକିସ୍ତାନ ସୋସିଆଲ୍ ମିଡିଆରେ ଇମ୍ରାନ୍ ଖାନ୍ଙ୍କୁ ତାତ୍ସଲ୍ୟ: ଦେଖନ୍ତୁ ଭାଇରାଲ୍ ଭିଡିଓ
1 min readଇସ୍ଲାମାବାଦ: ପାକିସ୍ତାନରେ ଦର ବୃଦ୍ଧିକୁ ନେଇ ହାହାକାର । ଅଟା, ଡାଲି ଓ ପରିବା ସମେତ ମାଂସ ଦର ମଧ୍ୟ ଆକାଶ ଛୁଆଁ । ଏହା ସାଙ୍ଗାକୁ ପେଟ୍ରୋଲ ଦର ବୃଦ୍ଧି ଲୋକଙ୍କୁ ନୟାନ୍ତ କଲାଣି । ଏତେ ସବୁ ଅସୁବିଧାର ସମ୍ମୁଖିନ ହେଉଥିବା ପାକିସ୍ତାନର ଜନତା ଏକ ନିଆରା ଶୈଳୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ କଟାକ୍ଷ କରିଛି ।
ଯାହା ଏବେ ପାକିସ୍ତାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଯେଉଁଥିରେ ଇମ୍ରାନ୍ ଖାନ୍ଙ୍କ ପ୍ରସିଦ୍ଧ ଡାଏଲଗ ‘ଘବରାନା ନହିଁ ହେ’ (ବିଚଳିତ ହେବାନି)ର ବ୍ୟବହାର କରାଯାଇଛି । ଏବଂ ଏହି ଭିଡିଓରେ ପିଲାଙ୍କ ସ୍କୁଲ ଫି’ ଔଷଧ ଏବଂ ଚିକିତ୍ସା ଖର୍ଚ୍ଚ ବୃଦ୍ଧିକୁ ନେଇ କଟାକ୍ଷ କରିଛନ୍ତି ।
https://twitter.com/nailainayat/status/1369199784653971457?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1369199784653971457%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fstate%2Fjharkhand%2Franchi%2Flalu-s-security-guards-grab-the-mattress-pillow-of-the-rims-jharkhand-news%2Farticleshow%2F81413215.cms
କରାଚୀ-ଲାହୋରରେ କୁକୁଡ଼ା ଦର ଆକାଶ ଛୁଆଁ
ପାକିସ୍ତାନର ଏଆରଓ୍ୱାଇ ନ୍ୟୁଜ୍ ରିପୋର୍ଟ ଅନୁସାରେ, କରାଚୀରେ ଜୀଅନ୍ତା କୁକୁଡ଼ାର ଦାମ୍ ୩୭୦ ଟଙ୍କା ପ୍ରତି କିଲୋଗ୍ରାମ ଏବଂ ମାଂସର ଦାମ୍ ୫୦୦ ଟଙ୍କାରେ ପହଞ୍ଚିଛି । ଏହି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧକୁ ନେଇ ବହୁ ସଂଖ୍ୟାରେ ଲୋକେ ପ୍ରଭାବିତ ହେଉଥିବା ବେଳେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ସେହିଭଳି ଲାହୋରରେ ମାଂସ କିଲୋଗ୍ରାମ ପ୍ରତି ୩୬୫ ଟଙ୍କାରେ ପହଞ୍ଚିଛି ।
ଅପରପକ୍ଷରେ ଆଗକୁ ଗମ୍ଭୀର ରୋଷୋଇ ଗ୍ୟାସ୍ ସମସ୍ୟାର ସମ୍ମୁଖିନ ହେବ ପାକିସ୍ତାନ । ପାକିସ୍ତାନକୁ ଗ୍ୟାସ୍ ସପ୍ଳାଇ କରୁଥିବା କମ୍ପାନୀ ନର୍ଦନ ୫୦୦ ମିଲିୟନ୍ ଷ୍ଟେଣ୍ଡର୍ଡ କ୍ୟୁବିକ୍ ଫୁଟ୍ ପ୍ରତିଦିନ ଗ୍ୟାସ୍ ଅଭାବର ସମ୍ମୁଖିନ କରିବ । ଆଉ ପାକିସ୍ତାନ ସରକାର ସଠିକ ସମୟରେ ଗ୍ୟାସ୍ କିଣି ନଥିବାରୁ ଏହାର କୁପରିଣାମ ପାକିସ୍ତାନର ସାଧାରଣ ଜନତାଙ୍କୁ ଭୋଗିବାକୁ ପଡ଼ିବ ।