spot_img

Latest Posts

୯ ବର୍ଷର ନାବାଳିକା ହେଲେ ଶୋଷଣର ଶିକାର

ବୁର୍ଲା: ପୁଣି ଚର୍ଚ୍ଚାରେ ବୁର୍ଲା ଭିମସାର। ପୁଣି ଜଣେ ୯ ବର୍ଷର ନାବାଳିକା ହେଲେ ଶୋଷଣର ଶିକାର। ଘଟଣାଟି ଘଟିଛି ବୁର୍ଲା ମେଡିକାଲରେ। ଝାରସୁଗୁଡା ଜିଲ୍ଲା ଲଇକେରା ଅଞ୍ଚଳର ଜଣେ ମହିଳା ନିଜ ମାର ଚିକିତ୍ସା ପାଇଁ ବୁର୍ଲା ଭିମସାରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗକୁ ଆସିଥିଲେ। ମହିଳାଙ୍କ ସହିତ ଥିଲେ ତାଙ୍କ ନାବାଳକ ପୁଅ ଓ ଝିଅ। ତେବେ ନାବାଳିକାକୁ ଏକଟୁଆ ପାଇ ଜୋର ଜବରଦସ୍ତି ସହ ଅସଦାଚରଣ କରିଥିଲେ ଜଣେ ଯୁବକ। ନାବାଳିକା ଜଣକ ନିଜ ମା’କୁ  ଏନେଇ ଜଣାଇଥିଲେ। ପରେ ଅନ୍ୟ ରୋଗୀଙ୍କ ସମ୍ପର୍କୀୟ ଓ ସୁରକ୍ଷାକର୍ମୀଙ୍କ ସହାୟତାରେ ଯୁବକଙ୍କୁ କାବୁ କରାଯାଇଥିଲା। ମେଡିକାଲ ଫାଣ୍ଡିରେ ଅଭିଯୋଗ ପରେ ଯୁବକକୁ ବୁର୍ଲା ଥାନାରେ ଅଟକ ରଖାଯାଇଛି। ନାବାଳିକାର ମା’ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ, ଆଜି ସଂପୃକ୍ତ ଯୁବକର ଡାକ୍ତରୀ ମାଇନା କରାଯିବ। ପୋକସୋ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ବୁର୍ଲା ପୋଲିସ।

 

Latest Posts

Don't Miss