spot_img

Latest Posts

ଆଗ୍ରା-ଦିଲ୍ଲୀ ଯମୁନା ଏକ୍ସପ୍ରେସ୍‌ ୱେରେ ମର୍ମନ୍ତୁଦ ଦୁର୍ଘଟଣା, ଦୁର୍ଘଟଣାରେ ୭ ମୃତ

ଉତ୍ତର ପ୍ରଦେଶର ଆଗ୍ରା-ଦିଲ୍ଲୀ ଯମୁନା ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଇନୋଭାକୁ ଧକ୍କା ଦେଲା ଟ୍ୟାଙ୍କର। ଦୁର୍ଘଟଣାରେ ଇନୋଭାରେ ଥିବା ସମସ୍ତ ୭ ଜଣଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ମଥୁରା-ଆଲିଗଡ଼ ସୀମା ମାଇଲ ଷ୍ଟୋନ ୬୮ ନିକଟରେ ଏକ ଦ୍ରୁତଗାମୀ ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ଇନୋଭା କାରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କାରରେ ଥିବା ସମସ୍ତ ୭ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ହରିୟାଣାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣ ମହିଳା ଅଛନ୍ତି। ସୂଚନା ଅନୁସାରେ, ନୋଏଡା ଅଭିମୁଖେ ଯାଉଥିବା ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ପ୍ରଥମେ ଡିଭାଡରକୁ ପିଟିଥିଲା। ପରେ ଇନୋଭାକୁ ଧକ୍କା ଦେବାରୁ ଇନୋଭାଟି ଓଲଟି ପଡ଼ିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Latest Posts

Don't Miss