ଉତ୍ତରାଖଣ୍ଡ ଦେଖିଲା ଆଉ ଏକ ପ୍ରଳୟଙ୍କାରୀ ବନ୍ୟା, ହଠାତ ପାହାଡ଼ରୁ ଖସିଲା ବରଫ ଅତଡ଼ା

1 min read

ପୁଣି ଉତ୍ତରାଖଣ୍ଡରେ ପ୍ରଳୟଙ୍କାରୀ ବନ୍ୟା। ବରଫ ଅତଡ଼ା ଆଣିଲା ଭୟଙ୍କ ପରିସ୍ଥିତି। ପ୍ରକୃତିର ତାଣ୍ଡବ ଲିଳାରେ ପୁଣି ଉତ୍ତତାଖଣ୍ଡ ଘାଇଲା ହୋଇଛି। ବନ୍ୟା ମାତ୍ର କେଇ ସମୟ ପାଇଁ ଥିଲେ ମଧ୍ୟ ଅତି ଭୟଙ୍କର ଥିଲା ସବୁ କିଛି। ଲୋକେ ସକାଳୁ ସକାଳୁ ନିଜ କର୍ମରେ ବ୍ୟସ୍ତ ଥିଲେ। ହେଲେ ହଠାତ ରବିବାର ସକାଳୁ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାସ୍ଥିତ ତାପୋଭାନ ନିକଟ ପାହାଡ଼ ଉପରୁ ଖସିବାକୁ ଲାଗିଥିଲା ବରଫ ଅତଡ଼ା। ଖଣ୍ଡ ଖଣ୍ଡ ବରଫ ତରଳି ଅତଡ଼ା ଖସିବାକୁ ଲାଗିଥିଲା।

ସେହି ସମୟ ଏତେ ଭୟଙ୍କର ଥିଲାଯେ କିଛି ସମୟ ପର୍ଯ୍ୟନ୍ତ ଆଖି ଆଗରେ ସବୁକିଛି ଧୁଆଁମୟ ହୋଇଯାଇଥିଲା। ଆଖ ପାଖରେ କଣ ଘଟୁଛି କିଛି ଦେଖାଯାଇ ନଥିଲା। ସବୁ କିଛି ଯାଣିବା ବେଳକୁ ବନ୍ୟାରେ ଏକାଥରେ ଭାସିଗଲେ ୧୫୦ରୁ ଅଧିକ ଲୋକ। ହେଲେ କେତେ ଜଣଙ୍କର ଜୀବନ ହାନି ହୋଇଛି ସେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ।

ବନ୍ୟା ପ୍ରଭାବରେ ଋଷିଗଙ୍ଗା ଉପରେ ନିର୍ମିତ ବନ୍ଧ ଭାଙ୍ଗି ଯାଇଛି ଓ ବନ୍ୟା ପରିସ୍ଥିତି ଉପୁଜିଛି। ଚାମୋଲିରେ ଗ୍ଲାସିଅର୍ ଖଣ୍ଡ ଭାଙ୍ଗିବା ପରେ ଜଳ ପ୍ରବାହ ନନ୍ଦପ୍ରୟାଗ ପର୍ଯ୍ୟନ୍ତ ପହଞ୍ଚିସାରିଲାଣି। ହେଲେ ସବୁଠାରୁ ଆଶ୍ୱସ୍ତିର କଥା ହେଉଛି ନନ୍ଦପ୍ରାୟାଗରେ ପହଞ୍ଚିବା ବେଳକୁ ଜଳ ପ୍ରବାହ ପ୍ରାୟ ସ୍ୱାଭାବିକ ହୋଇସାରିଛି। ଗ୍ଲାସିୟର ଭାଙ୍ଗିବା ପରେ ଋଷିକେଶ-ବଦ୍ରିନାଥ ଜାତୀୟ ରାଜପଥରେ ଯାତାୟତକୁ ବନ୍ଦ କରାଯାଇଛି।

ସେପଟେ ପ୍ରଶାସନ ପକ୍ଷରୁ ଉଦ୍ଧାକାର୍ଯ୍ୟ ଜାରି ରହିଛି। ଆଇଟିବିପିର ମୁଖପାତ୍ର କହିଛନ୍ତି, ସକାଳ ୧୦ ଟାରେ ସେମାନେ ଏହି ଘଟଣା ନେଇ ସୂଚନା ପାଇଥିଲେ। ସୂଚନା ମିଳିବା ମାତ୍ରେ ତୁରନ୍ତ ୨୦୦ ଯବାନଙ୍କୁ ସେଠାରେ ନିୟୋଜିତ କରାଯାଇଛି। ଏବେ ସୁଦ୍ଧା ୬୦୦ ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ସ୍ଥିତିରେ ସୁଧାର ଆସିନାହିଁ। ଅଧିକ ସହାୟତା ନେଇ ଦିଲ୍ଲୀରୁ ଏନ୍‌ଡିଆରଏଫର ଏକ ଟିମ ଏୟାର ଲିପ୍ଟ ହୋଇଛି।

ଅନ୍ୟପଟେ ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି କହିଛନ୍ତି ଯେ, ଏହି ଘଟଣା ଉପରେ ସେ ନଜର ରଖିଛନ୍ତି । ସାରା ଦେଶ ଉତ୍ତରାଖଣ୍ଡ ସହ ରହିଛି। ସବୁ ପ୍ରକାର ସାହଯ୍ୟ ସହଯୋଗ ଯୋଗାଇ ଦିଆଯିବ। ସମସ୍ତଙ୍କ ସୁରକ୍ଷା ପାଇଁ ଦେଶ ପ୍ରାର୍ଥନା କରୁଛି । ବରିଷ୍ଠ ଅଧିକାରୀଙ୍କ ସହ ଏନେଇ ଆଲୋଚନା ଚାଲିଛି । NDRF ଯବାନ ନିୟୋଜିତ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଓ ରିଲିଫ୍‌ ବଣ୍ଟନ ନେଇ ସେ ଅବଗତ ଅଛନ୍ତି । ପାହାଡ଼ରୁ ବରଫ ଅତଡ଼ା ଖସିବର ଘଟଣା ନୂଆ ନୁହେଁ। ବାରମ୍ବାର ଏଭଳି ଘଟଣା ପୂର୍ବରୁ ଅନେକ ବାର ଘଟିଛି। ତାପମାତ୍ରା ବୃଦ୍ଧି ହେବା ଯୋଗଁ ଘଟୁଛି ଏଭଳି ଭୟଙ୍କର ଘଟଣା ।

Leave a Reply