ପୋଲିଓ ପାଇଁ ଆସନ୍ତା ତିନିଦିନ ଯାଏଁ ବନ୍ଦ ରହିବ କରୋନା ଟିକାକରଣ

1 min read

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ପଲ୍‌ସ ପୋଲିଓ କାର୍ଯ୍ୟକ୍ରମ । ୫ବର୍ଷରୁ କମ୍ ବୟସର ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଉଛି । ଭୁବନେଶ୍ୱର ୟୁନିଟ୍‌-୪ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରାଜ୍ୟସ୍ତରୀୟ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ପଲ୍‌ସ ପୋଲିଓ ଅଭିଯାନ ପାଇଁ ଆଜିଠାରୁ ତିନିଦିନ ପାଇଁ ବନ୍ଦ ରହିଛି କରୋନା ଟିକାକରଣ ।

ସାରା ରାଜ୍ୟରେ ୪୧ଲକ୍ଷ ୩୧ ହଜାର ୭୬୩ ଶିଶୁଙ୍କୁ ପୋଲିଓ ଦିଆଯବ  । ଏଥିପାଇଁ ୧୯ ହଜାର ୫୫୭ଟି କେନ୍ଦ୍ର ଖୋଲିଛି । ଭୁବନେଶ୍ୱରରେ ୨୫୦ କେନ୍ଦ୍ରରେ ୯୪ ହଜାର ୩୯ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ  । ଏଥିପାଇଁ ୨୫୦ଟି କେନ୍ଦ୍ର ଖୋଲିଛି । ଆଜି କେନ୍ଦ୍ରରେ ପୋଲିଓ ବୁନ୍ଦା ଦିଆଯାଉଥିବାବେଳେ ଆସନ୍ତା ଦୁଇଦିନ ଘରଘର ବୁଲି ପୋଲିଓ ଦିଆଯିବ । ତେବେ ପୋଲିଓ ପାଇଁ ତିନିଦିନ ରାଜ୍ୟରେ କରୋନା ଟିକାକରଣ ବନ୍ଦ ରହିଛି ।

ପୋଲିଓ ଦିଆଯିବା ପରେ ଆସନ୍ତା ୩ ତାରିଖଠୁ ପୁଣି ଟିକାକରଣ ଆରମ୍ଭ ହେବ । କରୋନା ଟିକାକରଣ ପାଇଁ ଗୃହ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଗୃହ ଓ ନଗର ଉନ୍ନୟନ ବିଭାଗ କର୍ମଚାରୀଙ୍କୁ ଆଜି ରାତି ୧୨ସୁଦ୍ଧା ପଞ୍ଜୀକରଣ କରିବାକୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୫ତାରିଖରେ ଦ୍ୱିତୀୟ ଡୋଜ୍‌ କରୋନା ଟିକା ଦିଆଯିବ ।

Leave a Reply