spot_img

Latest Posts

ମୋଦିଙ୍କ କୋଲକାତା ଗସ୍ତ ପୂର୍ବରୁ ଦିଦିଙ୍କ ରଣହୁଙ୍କାର

କୋଲକାତା: ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ସରଗରମ ହେଲାଣି ରାଜନୀତି। ତୃଣମୂଳ କଂଗ୍ରେସକୁ ଟକ୍କର ଦେବାକୁ ବିଜେପି ଅଣ୍ଟା ଭିଡିଛି। ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ, କିନ୍ତୁ ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ ଜମିଲାଣି। ଗଡ଼ ବଜାୟ ରଖିବା ପାଇଁ ଟିଏମ୍‌ସି ଜୋରଦାର ଉଦ୍ୟମ ଆରମ୍ଭ କଲାଣି। ଏପଟେ ମମତାଙ୍କୁ ଚେକ୍ ଦେବା ପାଇଁ ଅଙ୍କ କଷୁଛି ବିଜେପି।

ଦିଦିଙ୍କ ଗଡ଼ରେ ପଦ୍ମ ଫୁଟାଇବା ପାଇଁ ବିଜେପି ଜୋରସୋର କ୍ୟାମ୍ପେନ୍ ଆରମ୍ଭ କରିଦେଲାଣି। ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ ଅମିତ ଶାହ ପଶ୍ଚିମବଙ୍ଗରେ ଜୋରଦାର ପ୍ରଚାର କରିଥିବା ବେଳେ, ଆଜି ନେତାଜୀ ଜୟନ୍ତୀରେ ‘ପରାକ୍ରମ ଦିବସ’ ପାଳିବାକୁ ପ୍ରଧାନମନ୍ତ୍ରୀ ଆସୁଛନ୍ତି। କିନ୍ତୁ ଏହା ପୂର୍ବରୁ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ମାରାଥନ ପଦଯାତ୍ରା କରି ନିଜର ଶକ୍ତି ଦେଖାଇଛନ୍ତି। ପଦଯାତ୍ରା ପୂର୍ବରୁ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଦେଇ ଟିଏମ୍‌ସି ଅଭିଯାନ ଆରମ୍ଭ କରିଛି। ଶ୍ୟାମ ବଜାରରୁ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ରେଡ୍ ରୋଡ୍‌ରେ ଶେଷ ହେବ। ମମତାଙ୍କ ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ଟିଏମ୍‌ସି କର୍ମୀ ସମର୍ଥକ ସାମିଲ ହୋଇଛନ୍ତି।

Latest Posts

Don't Miss