୨୬ରୁ ଆଦିବାସୀ ମେଳା, ରାଜ୍ୟ ବାହାର ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
1 min readଭୁବନେଶ୍ୱର: ଆଦିବାସୀ ପଡ଼ିଆକୁ ଫେରିଲା ଆଦିବାସୀ ମେଳା । ଭୁବନେଶ୍ୱରରେ ଆସନ୍ତା ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା । ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଆଦିବାସୀ ପଡିଆରେ ଚାଲିବ ମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ୍ କରିବେ । ମେଳାରେ ରାଜ୍ୟ ବାହାରର ଦର୍ଶକଙ୍କ ଲାଗି କରଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଏଥିପାଇଁ ଆଦିବାସୀ ମେଳା -୨୦୨୧ ୱେବ୍ସାଇଟ୍ରେ ରାଜ୍ୟ ବାହାରର ଦର୍ଶକଙ୍କୁ କରିବାକୁ ପଡ଼ିବ ପଞ୍ଜିକରଣ । ଜାନୁଆରୀ ୨୩ରୁ ଅନଲାଇନ୍ ରେଜିଷ୍ଟ୍ରେସନ ଲାଗି ଖୋଲିବ ଓ୍ୱେବ୍ସାଇଟ୍ ।
ସେପଟେ ୨୧ରୁ ଜନତା ମଇଦାନରେ ଆରମ୍ଭ ହେବ ୧୫ତମ ତୋଷାଳି ମେଳା । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ ମେଳା । କାର୍ଯ୍ୟକ୍ରମକୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦଘାଟନ କରିବେ । ଦେଶର ବିଭିନ୍ନ ରାଜ୍ୟରୁ କାରିଗର, ବୁଣାକାର ଏହି ମେଳାରେ ସାମିଲ ହେବେ ।
ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ୨୫୦ଟି ଷ୍ଟଲ ପଡିବ । ୮୦ଟି ବାହାର ରାଜ୍ୟର ଓ ୧୭୦ ଟି ରାଜ୍ୟର ଷ୍ଟଲ ରହିବ । ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ମେଳାରେ ବୟସ୍କ, ଶିଶୁ ଓ ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ମେଳାରେ କୋଭିଡ ନିୟମକୁ କଡାକଡ଼ି ଭାବେ ପାଳନ କରାଯିବ ।
ଏଥିସହ ମାସ୍କ ଓ ସାମାଜିକ ଦୂରତା ନିୟମକୁ ଗୁରୁତ୍ୱ ଦିଆଯିବ । ରାଜ୍ୟରେ କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।