ଦିଶା ବୈଠକରେ ହୋ-ହଲ୍ଲା, ବିଜେପି ନେତ୍ରୀ ହଟ୍ଟହଟା
1 min readବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି ହଟ୍ଟହଟା ହେଲେ ବିଜେପି ନେତ୍ରୀ । ବରିପଦାରେ କେନ୍ଦ୍ର ସରକାରଙ୍କ ଏକ ଦିଶା ବୈଠକ ଚାଲିଥିବା ବେଳେ ଜଣେ ଜିଲ୍ଲାପରିଷଦ ଅଧ୍ୟକ୍ଷା କହୁ କହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଥିଲେ । ଏଥିପାଇଁ ଉକ୍ତ ସଭାରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେଠାରେ ଉପସ୍ଥିତ ଅନ୍ୟ ଅତିଥିମାନେ ତାଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ ।
ଖାଲି ସେତିକି ନୁହେଁ ଖୋଦ୍ ବିଧାୟକ ପ୍ରଣବ ପ୍ରକାଶ ଦାଶ ମଧ୍ୟ ଏହାକୁ ନିନ୍ଦା କରିଛନ୍ତି । ସେ ନିଜ ଟ୍ୱିଟ୍ ଆକାଉଣ୍ଟ ଜରିଆରେ ଜିଲ୍ଳାପରିଷଦ ଅଧ୍ୟକ୍ଷାଙ୍କ ଏଭଳି ଆଚରଣକୁ ନିନ୍ଦା କରିଛନ୍ତି ।
ବାରିପଦାର ପ୍ରୟାସ ହଲଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ଦିଶା ବୈଠକରେ ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁବାବୁଙ୍କୁ ଅସମ୍ମାନ କରିଥିବା ଘଟଣାକୁ ମୁଁ ଘୋର ନିନ୍ଦା କରୁଛି। ସ୍ବାଧୀନତା ସଂଗ୍ରାମ ସହ ଓଡ଼ିଆ ଜାତିର ହକ ଅଧିକାର ପାଇଁ ବହୁମୂଲ୍ୟ ଅବଦାନ ରଖିଥିବା ବିଜୁବାବୁଙ୍କ ଅପମାନ ଓଡ଼ିଆ ଜାତି ପାଇଁ ମଧ୍ୟ ଅପମାନର ବିଷୟ।
— Pranab Prakash Das (@pranabpdas) January 12, 2021
ସୂଚନାଯୋଗ୍ୟ, ଖୋଦ୍ ବିଜେଡି ରାଜ୍ୟସଭା ସଂସଦ ମମତା ମହନ୍ତ ସେଠାରେ ଉପସ୍ଥିତ ଥିବା ବେଳେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ଏଭଳି ବୟାନ୍ ଦେଇଥିଲେ । ଏହାକୁ ସାଂସଦ ନିନ୍ଦା କରିଥିଲେ । ସେ ସିଧା ସଳଖ କହିଥିଲେ ଅଧ୍ୟକ୍ଷା ମହାଶୟା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାତ୍ସଲ୍ୟ କରିବା ଭୁଲ । ସେ ଏଭଳି କହିବା ଉଚିତ୍ ନଥିଲା । ଏହା କୌଣସି ରାଜନୈତିକ ମଞ୍ଚ ନୁହେଁ ।
ଏହି ବୈଠକରେ ଅନ୍ୟ ବିଜେଡି ନେତା ଓ ଜିଲ୍ଲାପରିଷଦ ସଭ୍ୟ ମଧ୍ୟ ଉପସ୍ଥିତ ଥିଲେ । ସେମାନେ ମଧ୍ୟ ସୁଜାତାଙ୍କ ଏଭଳି ବୟାନକୁ ବିରୋଧ କରିଥିଲେ । ଫଳରେ ଉକ୍ତ ବୈଠକରେ ଉତ୍ତେଜନା ଦେଖାଦେଇଥିଲା, ପରେ ସେଠାରେ ଗଣ୍ଡଗୋଳର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା ।
ଏହି ସମ୍ପୂର୍ଣ୍ଣ ଘଟଣା ସର୍ବସମ୍ମୁଖରେ ହୋଇଥିଲେ ସୁଦ୍ଧା ଅଧ୍ୟକ୍ଷା ମହାଶୟା ଏହାକୁ ସ୍ୱୀକାର କରିବାକୁ ଅରାଜି । ସେ କହଉଛନ୍ତି ଏଭଳି କୌଣସି ଘଟଣା ଘଟିନାହିଁ । ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ସୁଜାତା କ୍ଷମା ପ୍ରାର୍ଥନା କରିନ୍ତୁ ବୋଲି ଦାବି କରିଛି ସ୍ଥାନୀୟ ବିଜେଡି ସଂଗଠନ । ଗେଟ୍ ସମ୍ମୁଖ୍ୟରେ ଧାରଣା ବସିଛନ୍ତି ଦଳୀୟ କର୍ମୀ ।