spot_img

Latest Posts

ମହିଳାଙ୍କୁ ଡ୍ରାଇଭିଂ ଅଧିକାର ଦାବି କରିବାରୁ ଜେଲ, ଲାଗିଲା ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗ

ନୂଆଦିଲ୍ଲୀ: ଗିରଫ ହେଲେ ଲୁଜୈନ ଅଲ-ହଥଲୌଲ । ମହିଳାଙ୍କ ଅଧିକାରକୁ ନେଇ ଲଢୁଥିବା ସଉଦି ଆରବର ଲୁଜୈନଙ୍କ ଉପରେ ଏକାଧିକ ଅଭିଯୋଗ ଆସିବା ପରେ ତାଙ୍କୁ ଛଅ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି ଅଦାଲତ । ତେବେ ମହିଳାଙ୍କୁ ଡ୍ରାଇଭିଙ୍ଗ୍ ଅନୁମତି ଦେବାକୁ ନେଇ ଦାବି କରିବା ପରେ ଲୁଜୈନଙ୍କ ନାମରେ ଆସିଥିଲା ଗୋଟିଏ ପରେ ଗୋଟିଏ ଅଭିଯୋଗ । ଏହାପରେ ଏକାଧିକ ଅଭିଯୋଗକୁ ଆଧାର କରି ଅଦାଲତ ଲୁଜୈନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।
ସଉଦି ଆରବରେ ମହିଳାଙ୍କୁ ଡ୍ରାଇଭିଙ୍ଗ୍ ଅଧିକାର ଦେବାକୁ ନେଇ ସଂଘର୍ଷ କରୁଥିବା ଦେଶର ପ୍ରସିଦ୍ଧ ମହିଳା ଅଧିକାର କର୍ମୀ ଲୁଜୈନ ଅଲ-ହଥଲୌଲଙ୍କୁ ୬ ବର୍ଷ ପାଇଁ ଜେଲ ଦଣ୍ଡ ହୋଇଛି । ମିଡିଆ ରିପୋର୍ଟ କହୁଛି ଲୁଜୈନଙ୍କୁ ଆତଙ୍କବାଦ ବିରୋଧରେ ପ୍ରଣୟନ ହୋଇଥିବା ନିୟମ ଅନୁସାରେ ଜେଲଦଣ୍ଡ ଘୋଷଣା ହୋଇଛି ।
ସଉଦି ଆରବରେ ମହିଳାଙ୍କ ଅଧିକାର ପାଇଁ ସ୍ୱର ଉଠାଇଥିବା ଲୁଜୈନ ଅଲ ହଥଲୌଲ ପୂର୍ବରୁ ପ୍ରାୟ ଅଢେଇ ବର୍ଷ ହେବ ଜେଲଦଣ୍ଡ ଭୋଗୁଥିଲେ । ପରେ ଲୁଜୈନଙ୍କୁ ଜେଲଦଣ୍ଡ କୋହଳ କରାଯାଇଥିଲା । ଲୁଜୈନଙ୍କୁ ଜେଲଦଣ୍ଡ ବିରୋଧରେ ମାନବଧିକାର ସଂଗଠନ ଓ ଆମେରିକା ସାଂସଦଙ୍କ ସମେତ ୟୁରୋପୀୟ ସଂଘର ସାଂସଦ ମଧ୍ୟ ମୁହଁ ଖୋଲିଛନ୍ତି । ଅଲ ହଥଲୌଲ ସେହି ମହିଳାଙ୍କ ମଧ୍ୟରେ ଜଣାଶୁଣା ଯିଏ ମହିଳାଙ୍କୁ ଗାଡ଼ି ଚଲାଇବା ପାଇଁ ଅନୁମତି ଏବଂ ପୁରୁଷ ଅଭିଭାବକ କାନୁନକୁ ଉଠାଇବା ପାଇଁ ଦାବି କରିଥିଲେ ।

ସରକାରୀ ମିଡିଆ ଅନୁସାରେ, ବିଭିନ୍ନ ଅଭିଯୋଗକୁ ଆଧାର କରି ହଥଲୌଲଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏହା ସହିତ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ବ୍ୟକ୍ତିଙ୍କ ସହିତ ହଥଲୌଲଙ୍କର ଯୋଗାଯୋଗ ଥିବା ମଧ୍ୟ ଅଦାଲତ ଦର୍ଶାଇଛି। ରିପୋର୍ଟ କହୁଛି ମହିଳାଙ୍କୁ ଡ୍ରାଇଭିଙ୍ଗ ଅଧିକାର ଦେବାକୁ ନେଇ ଦାବି କରୁଥିବା ହଥଲୌଲଙ୍କ ସମେତ ଅନ୍ୟ କିଛି ଲୋକଙ୍କୁ ପ୍ରଥମେ ୨୦୧୮ରେ ଗିରଫ କରାଯାଇଥିଲା । ତେବେ ପରେ ତାଙ୍କ ଜେଲଦଣ୍ଡ କୋହଳ କରାଯାଇଥିଲା । ଏବେ ଏହି ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିବା ପାଇଁ ହଥଲୌଲଙ୍କ ନିକଟରେ ରହିଛି ୩୦ ଦିନ ସମୟ ।

Latest Posts

Don't Miss