ରାଜ୍ୟ ସରକାରଙ୍କ ଖୁସି ଯୋଜନା, ପୋର୍ଟାଲ ରଖିବ ନଜର

1 min read

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନ୍ୟତମ ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ଖୁସି ଯୋଜନାର ସଠିକ କାର୍ଯ୍ୟକାରିତା ଉପରେ ନଜର ରଖିବ ଅନଲାଇନ୍‌ ପୋର୍ଟାଲ । ଏହି ପୋର୍ଟାଲକୁ ମଙ୍ଗଳବାର ଉଦ୍‌ଘାଟନ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ଖୁସି ଯୋଜନାରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରୀଙ୍କୁ ମାସିକ ୧୮ଟି ଲେଖାଏଁ ମାଗଣା ସ୍ୟାନିଟାରୀ ନ୍ୟାପକିନ୍‌ ଦିଆଯିବ । ୩ ମାସକୁ ଥରେ ଏହି ସ୍ୟାନିଟାରୀ ନ୍ୟାପକିନ୍‌ ଦିଆଯିବ । ଏଥିପାଇଁ ପ୍ରତି ସ୍କୁଲର ଜଣେ ମହିଳା ଶିକ୍ଷୟତ୍ରୀଙ୍କୁ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି ।

ରାଜ୍ୟର ସବୁ ସରକାରୀ, ଅନୁଦାନପ୍ରାପ୍ତ ଓ ମୁନିସପାଲ ସ୍କୁଲର ଛାତ୍ରୀଙ୍କୁ ଏଥିରେ ସାମିଲ କରାଯିବ । ରାଜ୍ୟର ୨୯ ହଜାର ୫୫୭ ସ୍କୁଲର ୧୬ ଲକ୍ଷ ୮୧ ହଜାର ୬୯୦ ଛାତ୍ରୀ ଉପକୃତ ହେବେ । ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଯୋଜନାରେ ୩୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

Leave a Reply