spot_img

Latest Posts

ରେଲଓ୍ୱେ ଟ୍ରାକକୁ ଖସି ପଡିଲେ ଯୁବତୀ; ଏମିତି ଜୀବନ ବଞ୍ଚାଇଲେ ଆରପିଏଫ୍ ଯବାନ

ମୁମ୍ବାଇ: ମୁମ୍ବାଇର ଜଣେ ଆରପିଏଫ୍ ଯବାନ ନିଜ ଜୀବନକୁ ବାଜି ଲଗାଇ ରେଲଓ୍ୱେ ଟ୍ରାକକୁ ଖସି ପଡିଥିବା ଜଣେ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣା ସେଣ୍ଡହର୍ଷ୍ଟ ରୋଡ୍ ଷ୍ଟେସନର ପ୍ଲାଟଫର୍ମରେ ଘଟିଛି । ଉକ୍ତ ପ୍ଲାଟଫର୍ମରେ ଜଣେ ମହିଳା ଠିଆ ହୋଇଥିବା ବେଳେ ଅଚାନକ ଟ୍ରାକ ଉପରକୁ ଖସି ପଡ଼ିଥିଲେ ।

ମହିଳାଙ୍କୁ ଖସିପଡିବାର ଦେଖି କାର୍ଯ୍ୟରତ ଆରପିଏଫ୍ ଯବାନ ଟ୍ରାକକୁ ଡେଇଁପଡି ଅନ୍ୟ ଲୋକଙ୍କ ସାହାଯ୍ୟରେ ଟ୍ରେନ୍ ଆସିବା ପୂର୍ବରୁ ମହିଳାଙ୍କୁ ଉଦ୍ଧାର କରିଥିଲେ।

ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟା ସମୟରେ ଏହି ଘଟଣା ଘଟିଥିଲା । ଯେତେବେଳେ ୨୩ ବର୍ଷୀୟ ଅନିଶା ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ରେ ଠିଆ ହୋଇଥିଲେ । ହେଲେ ହଠାତ୍ ମୁଣ୍ଡ ବୁଲାଇବାରୁ ସେ ରେଳବାଇ ଟ୍ରାକରେ ପଡିଯାଇଥିଲେ। ଯାହା ପରେ ଆରପିଏଫ କନଷ୍ଟେବଳ ଶ୍ୟାମ ସୁରତ ସମ୍ପୃକ୍ତ ମହିଳାଙ୍କୁ ଖସିପଡିବାର ଦେଖିବା ପରେ ତାଙ୍କୁ ବଞ୍ଚାଇବା ପାଇଁ ପ୍ରେଚଷ୍ଟା କରିଥିଲେ ।

ଘଟଣାଟି ସିସିଟିଭିରେ କଏଦ ହୋଇଥିଲା । ଯବାନଙ୍କ ଏଭଳି କାର୍ଯ୍ୟ ଲାଗି କେନ୍ଦ୍ରୀୟ ରେଳବାଇ ପକ୍ଷରୁ ମଧ୍ୟ ପ୍ରଶଂସା କରାଯାଇଛି।

Latest Posts

Don't Miss