ନିର୍ମଳା ସୀତାରମଣଙ୍କ ସହ ଶହେ ଶକ୍ତିଶାଳି ମହିଳାଙ୍କ ଭିତରେ ସ୍ଥାନ ପାଇଲେ ଏହି ମହିଳା

ନୂଆଦିଲ୍ଲୀ: ବିଶ୍ୱର ଶହେ ଜଣ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଅଛନ୍ତି ବାୟୋକନ୍ ପ୍ରତିଷ୍ଠାତା କିରଣ ମଜୁମଦାର ଏବଂ ଏଚସିଏଲ୍ ଏଣ୍ଟରପ୍ରାଇଜର ସିଇଓ ରୋଶନୀ ନାଦର ମଲହୋତ୍ରା ଅଛନ୍ତି । ମଙ୍ଗଳବାର ଦିନ ଜାରି ହୋଇଥିବା ଫୋର୍ବସ୍ ୨୦୨୦ ତାଲିକାରେ ଜର୍ମାନ ଚାନ୍ସେଲର ଏଞ୍ଜେଲା ମର୍କେଲ ଦଶମ ଥର ପାଇଁ ଶୀର୍ଷ ସ୍ଥାନ ରହିଛନ୍ତି ।

ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କର ମୁଖ୍ୟ କ୍ରିଷ୍ଟୀନ ଲେଗାର୍ଡ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି । ବିଲ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ମେଲିଣ୍ଡା ଗେଟ୍ସ ପଞ୍ଚମ ସ୍ଥାନରେ ରହିଛି।

ଏହି ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୪୧ ସ୍ଥାନରେ ରହିଛନ୍ତି। ରୋଶନି ନାଦର ମାଲହୋତ୍ରା ୫୫ ତମ ଏବଂ କିରନ ମଜୁମଦାର ସ ୬୮ ତମ ସ୍ଥାନରେ ରହିଥିଲେ। ଲ୍ୟାଣ୍ଡମାର୍କ ଗ୍ରୁପ୍‌ର ଅଧ୍ୟକ୍ଷ ରେଣୁକା ଜାଗତିଆନି ୯୮ରେ ସ୍ଥାନରେ ରହିଛନ୍ତି । ‘ଫୋର୍ବସର ସବୁଠୁ ଅଧିକ ଶକ୍ତିଶାଳୀ  ମହିଳା’ର ୧୭ ତମ ବାର୍ଷିକ ତାଲିକାରେ ୩୦ଟି ଦେଶର ଚାରୋଟି ପିଢି ପର୍ଯ୍ୟନ୍ତ ମହିଳାମନଙ୍କୁ ମନୋନୀତ କରାଯାଇଛି ।

ଏହି ତାଲିକାରେ ୧୦ ଟି ରାଜ୍ୟର ମୁଖ୍ୟ, ୩୮ ସିଇଓ ଏବଂ ୫ଜଣ ଅଭିନେତ୍ରୀ ସାମିଲ ଅଛନ୍ତି । ଏହି ତାଲିକାରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଏର୍ଡନ ୩୨ ତମ ଏବଂ ତାଇବାନର ରାଷ୍ଟ୍ରପତି ସାଇ ଇଙ୍ଗ ବେନ ୩୭ତମ ସ୍ଥାନରେ ରହିଛନ୍ତି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ୩୯ ତମ ଏବଂ ବ୍ରିଟେନର ମହାରାଣୀ ଏଲିଜାବେଥ ୪୬ ତମ ସ୍ଥାନରେ ଅଛନ୍ତି ।

Leave a Reply