ଭାରତ ବନ୍ଦ ବେଳେ ଗଡ଼ିବନି ‘ମୋ ବସ୍’ ଖୋଲିବନି ‘ଆହାର କେନ୍ଦ୍ର’
1 min readଭୁବନେଶ୍ୱର: ମଙ୍ଗଳବାର ସବୁ ସରକାରୀ ଅଫିସ୍ ଓ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ସରକାର ନିଷ୍ପତି ନେବା ପରେ ଏବେ ଆହାର କେନ୍ଦ୍ର ବନ୍ଦ ରହିବ ବୋଲି ନିଷ୍ପତି ନେଇଛନ୍ତି । ଖାଲି ସେତିକି ନୁହେଁ ଟ୍ୱିନ୍ ସିଟି ଓ ପୁରୀରେ ମୋ ବସ୍ ଗଡ଼ିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
? NOTICE –
In view of #BharatBandh on 8th Dec, #MoBus service will remain suspended.@MOBBY_MoBus
— Capital Region Urban Transport (@CRUT_BBSR) December 7, 2020
ଚାଷୀଙ୍କ ଭାରତ ବନ୍ଦ ଡାକରା ଯୋଗୁଁ ସାଧାରଣ ପରିବହନ ପ୍ରଭାବିତ ହେବାର ଆଶଙ୍କା ରହିଛି । କରୋନା ସମୟରେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟାଳୟ ଆସିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ବଜାୟ ରହିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।
ବନ୍ଦ ଡାକରା ଯୋଗୁଁ ସାଧାରଣ ପରିବହନ ପ୍ରଭାବିତ ହେବାର ଆଶଙ୍କା ରହିଛି। କରୋନା ସମୟରେ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟାଳୟ ଆସିବାରେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ବଜାୟ ରହିବ। pic.twitter.com/r4D5Iw0d1C
— I & PR Department, Odisha (@IPR_Odisha) December 7, 2020
ତେବେ କେବଳ ଭାରତ ବନ୍ଦ ଯୋଗୁଁ ନୁହେଁ କରୋନା ମହାମାରୀର ପ୍ରକୋପ ସମ୍ପୂର୍ଣ୍ଣ ପ୍ରଶମିତ ହୋଇନଥିବା ଏବଂ ସାଧାରଣ ପରିବହନ ବ୍ୟବସ୍ଥା ମଧ୍ୟ ସ୍ୱାଭାବିକ ହୋଇନଥିବା ଯୋଗୁଁ ସରକାର ଏହି ନିଷ୍ପତି ନେଇଥିବା କୁହାଯାଇଛି । ଏହା କରୋନା ସଂକ୍ରମଣ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ମଧ୍ୟ ରହିଛି ।