୯୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ୍
1 min readନୁଆପଡା: ନୂଆପଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ଦାଦନ ଶ୍ରମିକଙ୍କୁ ଚାଲାଣ କରାଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିଛି ପୋଲିସ । ୨୪ ଶିଶୁଙ୍କ ସମେତ ୯୭ ଦାଦନ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଜିଲ୍ଲା ପୋଲିସ ଓ ଶ୍ରମ ବିଭାଗ । ଏମାନଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା ।
ଉଦ୍ଧାର ହୋଇଥିବା ଶ୍ରମିକମାନେ ନୂଆପଡ଼ା ଏବଂ ବଲାଙ୍ଗିର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଏହି ଶ୍ରମିକ ମାନେ କଣ୍ଟାବାଞ୍ଜି ରେଲଓ୍ବେ ଷ୍ଟେସନରୁ ହାଇଦ୍ରାବାଦଙ୍କୁ ଚାଲାଣ ହେଉଥିଲେ । ଏନେଇ ନୂଆପଡା ଏସପି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଙ୍କିଆ ପୋଲିସ୍କୁ ଖବର ଦେଇଥିଲେ ।
ତେବେ ଜଙ୍କିଆ ପୋଲିସର ଏକ ଟିମ୍ ଖରିଆର ରୋଡ୍ ରେଲଓ୍ବେ ଷ୍ଟେସନରୁ ୨୪ ଶିଶୁଙ୍କ ସମେତ ୯୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ପରେ ଜଙ୍କିଆ ପୋଲିସ ଶ୍ରମବିଭାଗକୁ ଜଣାଇବା ପରେ ମିଳିତଭାବରେ ତଦନ୍ତ ଜାରି ରହିଥିବା ଜଣାପଡିଛି।
')}