ବ୍ରିଟେନରେ ୯୦ ବର୍ଷିୟା ମହିଳାଙ୍କୁ ଦିଆଗଲା ‘ଫାଇଜର’ ଟିକା

ଲଣ୍ଡନ: ଇଂଲଣ୍ଡରେ ଆରମ୍ଭ ହେଲା ଟିକାକରଣ । କରୋନା ଭ୍ୟାକ୍ସିନ୍ ‘ଫାଇଜର’ର ଟିକାକରଣ କାର୍ଯ୍ୟକ୍ରମ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ କରି ବ୍ରିଟେନର ଜଣେ ୯୦ ବର୍ଷୀୟା ମହିଳାଙ୍କୁ ଏହି ଟିକା ଦିଆଯାଇଛି । ଗତ ସପ୍ତାହାରେ ଇଂଲଣ୍ଡର ଡ୍ରଗ୍ସ ନିୟନ୍ତ୍ରକଙ୍କ ପକ୍ଷରୁ ଟିକାକରଣ ନେଇ ଅନୁମତି ଦିଆଯିବା ପରେ ମହିଳାଙ୍କୁ ଟିକା ଦିଆଯାଇଛି । ତେବେ ଏହା ପୂର୍ବ ଟିକାର ସମସ୍ତ ପରୀକ୍ଷଣ ଶେଷ ହୋଇଛି । ଟ୍ରାଏଲ ପରେ ପ୍ରଥମ କରି ଏହି ମହିଳାଙ୍କୁ ଫିଜର ଟିକା ଦିଆଯାଇଛି । ଫିଜରର କରୋନା ଟିକା ନେବାରେ ସେ ମହିଳା ଜଣଙ୍କ ହେଉଛନ୍ତି ପ୍ରଥମ ।

ନୂଆ ବର୍ଷରୁ ଆରମ୍ଭ ହେବ ଟିକାକରଣ!: ଜୁଲାଇ ସୁଦ୍ଧା ୩୦ କୋଟି ଭାରତୀୟଙ୍କୁ ଦିଆଯିବ ଟିକା

            ତେବେ ଭାରତରେ ମଧ୍ୟ ଟିକାର ପରୀକ୍ଷଣ ନେଇ ଫାଇଜର କମ୍ପାନୀ ପକ୍ଷରୁ ଅନୁମତି ମଗାଯାଇଛି । ଏ ନେଇ ଖୁବଶୀଘ୍ର ଡ୍ରଗ୍ସ ନିୟନ୍ତ୍ରକ ବିଚାର କରିପାରନ୍ତି । ଅପରପକ୍ଷରେ ଜାନୁୟାରୀ ସୁଦ୍ଧା ଦେଶରେ ଆଉ ୨ କରୋନା ଟିକା ଉପଲବ୍ଧ ହେବାର ସମ୍ଭାବନା ରହିଛି । ଭାରତ ବାୟୋଟେକର ‘କୋଭାକ୍ସିନ୍’ ଓ ଆଷ୍ଟ୍ରାଜେନିକର ‘କୋଭିସିଲ୍ଡ’ ଖୁବଶୀଘ୍ର ଭାରତରେ ବଜାରରେ ଉପଲବ୍ଧ ହୋଇପାରିବ ବୋଲି ସରକାର ଆଶା ରଖିଛନ୍ତି । ଏବଂ ଅଗ୍ରାଧିକାର ଭିତ୍ତିରେ ଜୁଲାଇ ସୁଦ୍ଧା ପ୍ରାୟ ୩୦ କୋଟି ଲୋକଙ୍କୁ ଟିକାକରଣ ନେଇ ଯୋଜନା ରଖାଯାଇଛି ।

Leave a Reply