ଓଡ଼ିଶା ପରେ ବେଙ୍ଗାଲୁରରେ ବାଗଚୀ ନିର୍ମାଣ କରିବେ ବିଶ୍ୱସ୍ତରୀୟ ହସ୍ପିଟାଲ

1 min read

ଭୁବନେଶ୍ୱର: ପୁଣି ବାଗଚୀ ଦମ୍ପତିଙ୍କ ବଡ଼ ପଣ । ଓଡ଼ିଶା ପରେ ବେଙ୍ଗାଲୁରୁରେ ବାଗଚୀ ଦମ୍ପତିଙ୍କ ଚର୍ଚ୍ଚା ।  ବାଗଚୀ- ପାର୍ଥସାରଥି ହସ୍ପିଟାଲ ପାଇଁ ୪୨୫କୋଟି ଟଙ୍କା ଦାନ କରିଛନ୍ତି ସୁଶ୍ମିତା ବାଗଚୀ ଓ ସୁବ୍ରତ ବାଗଚୀ । ପାର୍ଥସାରଥିଙ୍କ ସହ ମିଶି ନିର୍ମାଣ କରିବେ ବିଶ୍ୱସ୍ତରୀୟ ଚିକିତ୍ସା ବିଜ୍ଞାନ ଗବେଷଣା କେନ୍ଦ୍ର । ସେପଟେ ମେଡିକାଲରେ ରହିବ ୮୦୦ ବେଡ  ଏବଂ ହସ୍ପିଟାଲର ନାଁ ରହିବ ବାଗଚୀ-ପାର୍ଥସାରଥି ହସ୍ପିଟାଲ ।

ଓଡ଼ିଶାର ଲୋକଙ୍କ କୋଭଡ ବିପତ୍ତି ବେଳେ ସତର୍କ ଏବଂ ସାବଧାନ କରାଇଥିବା ସୁବ୍ରତ ବାଗଚୀ, ଓ଼ଡିଶାରେ କ୍ୟାନସର ମେଡିକାଲ ନିର୍ମାଣ ପାଇଁ ପୂର୍ବରୁ ୩୪୦ କୋଟି ଟଙ୍କା ଦାନ କରିଥିଲେ  ।  ଓଡିଶାରେ ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲ ଓ ପାଲିଆଟିଭ୍ କେୟାର ସେଂଟର ପ୍ରତିଷ୍ଠା ପାଇଁ ଏହି ଅର୍ଥ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ  । ଏବେ ପୁଣି ଥରେ ବାଗଚୀ ଦମ୍ପତିଙ୍କୁ ମିଳିଛି ବାହବା  । ସଞ୍ଚିତ ଅର୍ଥରେ ନିର୍ମାଣ କରିବେ ବିଶ୍ୱ ସ୍ତରୀୟ ଗବେଷଣା କେନ୍ଦ୍ର  । ଏନେଇ ସୂଚନା ଦେଇଛନ୍ତି ନିଜେ ସୁସ୍ମିତା ବାଗଚୀ  ।

Leave a Reply