ଭାରତରେ ବ୍ୟାପୁଛି କରୋନା, ୨୪ ଘଣ୍ଟାରେ ୭୩ ସଂକ୍ରମିତ ମୃତ

1 min read

ନୂଆଦିଲ୍ଲୀ: ଥମୁନି କରୋନା ସଂକ୍ରମଣ । ଦିନକୁ ଦିନ କୋଭିଡ୍-୧୯ ବ୍ୟାପିବା ସହ ଦେଶର କରୋନା ଗ୍ରାଫ୍ ବଢ଼ିବାରେ ଲାଗିଛି । ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟ ସ୍ଥିତି ଉଦବେଗଜନକ ରହିଛି । ଗତ ୨୪ ଘଣ୍ଟାରେ ଦେଶରେର ୭୩ ଜଣ କରୋନା ସଂକ୍ରମିତ ଆଖି ବୁଜିଛନ୍ତି । ୧୯୯୩ ଜଣ ନୂଆ କରୋନା ଆକ୍ରାନ୍ତ ଦେଶରେ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୫ ହଜାର ୪୩ରେ ପହଞ୍ଚିଛି । ମୋଟ ୧୧୪୭ ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଲେ ୮ ହଜାର ୮୮୯ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଲକଡାଉନ୍ ୨.୦ ଆସନ୍ତା ୩ ତାରିଖରେ ସରୁଛି । ସଂକ୍ରମଣ ସ୍ଥିତି ଭୟାନକ ସ୍ଥିତିରେ ଥିବା ବେଳେ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନକୁ ଦେଖି ଲକଡାଉନ୍ କଟକଣା କୋହଳ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଦେଶରେ ୧୦ ହଜାର ୪୯୮ ସଂକ୍ରମିତଙ୍କ ସହ ଉପରେ ରହିଛି ମହାରାଷ୍ଟ୍ର । ଦ୍ୱିତୀୟରେ ୪ ହଜାର ୩୯୫ ଜଣଙ୍କ ସହ ଗୁଜରାଟ ରହିଥିବା ବେଳେ ୩ ହଜାର ୫୧୫ ସଂକ୍ରମିତଙ୍କ ସହ ତାଲିକାର ତୃତୀୟ ସର୍ବାଧିକ ସଂକ୍ରମିତ ରାଜ୍ୟରେ ଦିଲ୍ଲୀ ରହିଛି ।

ପ୍ଲାଜମା ଥେରାପିକୁ ନେଇ କୌଣସି ପ୍ରମାଣ ନାହିଁ,ଏବେ କେବଳ ଟ୍ରାଏଲ ଚାଲିଛି : କେନ୍ଦ୍ର

Leave a Reply