ପାକିସ୍ତାନର ଚଳନ୍ତା ଟ୍ରେନରେ ନିଆଁ, ୬୨ ଜଣଙ୍କ ମୃତ୍ୟୁ

1 min read

ଇସଲାମାବାଦ : ପାକିସ୍ତାନରେ ଟ୍ରେନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । କରାଚିରୁ ରାଓଲପିଣ୍ଡି ଯାଉଥିବା ତେଜଗାମ୍ ଏକ୍ସପ୍ରେସରେ ସକାଳେ ସକାଳେ ନିଆଁ ଲାଗିଯାଇଛି ।

ଏହାର ୩ଟି ବଗିରେ ନିଆଁ ଲାଗି ବର୍ତ୍ତମାନସୁଦ୍ଧା ୬୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ଯାତ୍ରୀଙ୍କ ପାଇଁ ବ୍ରେକଫାଷ୍ଟ ତିଆରି କରୁଥିବା ବେଳେ ସିଲିଣ୍ଡରରୁ ନିଆଁ ଲାଗି ପେଣ୍ଟ୍ରିରେ ବିସ୍ଫୋରଣ ହୋଇଥିଲା । ଏହାପରେ ୩ଟି ବଗିକୁ ନିଆଁ ବ୍ୟାପିଥିଲା । ତୁରନ୍ତ ଅନ୍ୟ ବଗିଗୁଡିକୁ ନିଆଁ ଲାଗିଥିବା ବଗିରୁ ଅଲଗା କରାଯାଇଥିଲା ।

ଦକ୍ଷିଣ ପଞ୍ଜାବ ପ୍ରୋଭିନ୍ସର ରହିମ୍ ୟାର୍ ଖାନ୍, ଲିଆକତପୁର ନିକଟରେ ଏଭଳି ଘଟଣା ଘଟିଛି । ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

')}

Leave a Reply