ଏହି ୬ ଖେଳାଳିଙ୍କ ଭାଗ୍ୟ ବଦଳାଇଛି Royal Challengers Bangalore

1 min read

ନୂଆଦିଲ୍ଲୀ:  ହୁଏତ ଏପର୍ଯ୍ୟନ୍ତ Royal Challengers Bangalore  କୌଣସି ଟ୍ରଫି ହାତେଇ ପାରିନାହିଁ, କିନ୍ତୁ ଟିମ୍‌ ଇଣ୍ଡିଆର କେତେକ ପ୍ରତିଭାଙ୍କ କ୍ୟାରିଅର ତିଆରି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । RCB କିଛି ଏଭଳି ଖେଳାଳିଙ୍କ କ୍ୟାରିଅର ଗଢ଼ିଛି ଯେଉଁମାନେ କ୍ରିକେଟରେ ଭଲ ପ୍ରଦର୍ଶନ  କରିଛନ୍ତି । ତେବେ ଆସନ୍ତୁ ସେହିଭଳି ୬ ଜଣ ଖେଳାଳିଙ୍କ ବିଷୟରେ ଆଲୋଚନା କରିବା ।

ଆମେ ପ୍ରତ୍ୟେକ IPL ଫ୍ରାଂଚାଇଜରେ ଜଣେ କିମ୍ବା ଦୁଇଜଣ ନୂଆ ଖେଳାଳିଙ୍କୁ ଦେଖିଥାଉ ଯେଉଁମାନେ ଖୁବ୍‌ ଆଗକୁ ବଢ଼ିଛନ୍ତି । ସେହିଭଳି କିଛି ଖେଳାଳି ହେଲେ:

ବିରାଟ କୋହଲି: ବିରାଟ କୋହଲି ସେହି ଖେଳାଳି ମାନଙ୍କ ମଧ୍ୟରୁ ଜଣେ ଯାହାଙ୍କର ଭାଗ୍ୟ ବଦଳାଇଛି ଆରସିବି ।  ସେ ଖୁବ୍‌ ପାରଙ୍ଗମ ହେବା ସହିତ ତାଙ୍କର ଦକ୍ଷତା ବୃଦ୍ଧି ପାଇଛି । ଏଥିପାଇଁ RCB ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବିରାଟଙ୍କ ଜୀବନର ଉତଥାନ ପଛରେ ଯଦି କେହି ଥାଏ, ସେ ହେଉଛି RCB । ଏଥିପାଇଁ ବିରାଟଙ୍କୂ ଖୁବ୍‌ ସୁଯୋଗ ମିଳିଛି । ତାଙ୍କ ମଧ୍ୟରେ ଥିବା ନେତୃତ୍ୱର ପାରଙ୍ଗମତାକୁ RCB ଚିହ୍ନି ପାରିଥିଲା । ସେଥିପାଇଁ ଭାରତ ଜଣେ ଭଲ ଖେଳାଳିଙ୍କୁ  ପାଇ ପାରିଥିଲା ।

କେ.ଏଲ.ରାହୁଲ:  RCBରେ କେ.ଏଲ ରାହୁଲ କିଛି ବର୍ଷ ପାଇଁ ଥିଲେ । କିନ୍ତୁ ସେଠାରେ ସେ ନିଜକୁ ଖୁବ୍‌ ପାରଙ୍ଗମ କରିପାରିଥିଲେ । ପ୍ରଥମେ ଯଦିଓ ତାଙ୍କୁ ଜଣେ ଟେଷ୍ଟ କ୍ରିକେଟର ଭାବରେ ଦେଖିବାକୁ ମିଳିଥିଲା, କିନ୍ତୁ ପରେ T20 କ୍ରିକେଟରେ ଦେଖିବାକୁ ମିଳିଲା । କିଛି ବର୍ଷ ପୂର୍ବରୁ RCBରେ IPL କ୍ୟାରିଅର ଆରମ୍ଭ କରିଥିଲେ କେ.ଏଲ ରାହୁଲ । ସେ ଭାରତର ଜଣେ ପୋଖତ ବ୍ୟାଟର ।

ଯୁଜବେନ୍ଦ୍ର ଚହଲ: ୟୁଜିଙ୍କ ମଧ୍ୟ ସୁଯୋଗ ଦେବାରେ କୌଣସି କୁଣ୍ଡାବୋଧ କରିନି RCB । RCBରେ ଥିବାବେଳେ ଜଣେ ସ୍ପିନର ଭାବରେ ସେ ଥିଲେ ସମସ୍ତଙ୍କର ପ୍ରଥମ ପସନ୍ଦ । ସେ ଏକାଧିକ ଖେଳରେ ବିଜୟୀ ହୋଇଛନ୍ତି ।

ମୟଙ୍କ ଅଗ୍ରଓ୍ୱାଲ: ମୟଙ୍କ ତାଙ୍କ ଆଇପିଏଲ କ୍ୟାରିଅର ଆରସିବିରୁ ଆରମ୍ଭ କରିଥିଲେ ।  ତାଙ୍କୁ ଖୁବ୍‌ ସୁଯୋଗ ଦେଇଥିଲା RCB । RCB ତାଙ୍କ କ୍ୟାରିଅର ଗଢ଼ିବାରେ କୌଣସି ସୁଯୋଗ ହାତଛଡ଼ା କରିନାହିଁ । ଚଳିତ ଦିନରେ ସେ ଜଣେ ଭଲ ସ୍କିପର ।

ମନୀଷ ପାଣ୍ଡେ: ୨୦୦୮ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ ଖେଳିବାର ପରବର୍ତ୍ତୀ କ୍ୟାମ୍ପେନରେ ସେ RCBର ହାତ ଧରିଥିଲେ । ଲିଗ୍‌ ଇତିହାସରେ ଖୁବ୍‌ କମ୍‌ ବୟସରେ ସେ ପ୍ରଥମ ଭାରତୀୟ ସେଞ୍ଚରିଆନ୍‌ ହୋଇଥିଲେ । RCB ଦ୍ୱାରା ନିଜକୁ ଦକ୍ଷ କରିଥିବା ଖେଳାଳିଙ୍କ ମଧ୍ୟରେ ମନୀଷ ଜଣେ ।

ମୋହମ୍ମଦ ସିରଜ୍‌: RCB ଦ୍ୱାରା ପାରଙ୍ଗମତା ହାସଲ କରିଥିବା ଯୁବ ଖେଳାଳିଙ୍କ ମଧ୍ୟରେ ମୋହମ୍ମଦ ଜଣେ । କ୍ୟାରିଅରର ଆରମ୍ଭରେ ସେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲେ । କିନ୍ତୁ RCB ତାଙ୍କ ଭାଗ୍ୟ ବଦଳାଇଥିଲା । ଏହି ଫ୍ରାଂଚାଇଜ ତାଙ୍କୁ ସାହସୀ କରିଥିଲା । ତାଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିଥିଲା ।