5T ସଚିବଙ୍କ ହସ୍ତକ୍ଷେପ ପରେ ସୋନାଲିଙ୍କ ମୁହଁରେ ଫେରିଛି ହସ, ଲାଗିବ କୃତିମ ଗୋଡ଼

1 min read

ମାଲକାନଗିରି: 5T ସଚିବଙ୍କ ହସ୍ତକ୍ଷେପ ପରେ ମାଲକାନଗିରିର ସୋନାଲିଙ୍କ ମୁହଁରେ ଫେରିଛି ହସ । ଏଣିକି ଆଉ ନିଜ ଗୋଡ଼କୁ ନେଇ ଦୁଃଖ କରିବେନି ସୋନାଲି । 5T ସଚିବଙ୍କ ହସ୍ତକ୍ଷେପ ପରେ କଟରେ ସୋନାଲିଙ୍କ କୃତ୍ରିମ ଗୋଡ଼ ରୋପଣ କରାଯିବ । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ଏବେ ତାଙ୍କୁ କଟକ ପଠାଯାଇଛି । କଟକରେ ସୋନାଲିଙ୍କ କୃତ୍ରିମ ଗୋଡ଼ ଲଗାଯିବ । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏଡିଏମଓ ଡାକ୍ତର ଶିବ ପ୍ରସାଦ ମାହାରଣା । ଜନ୍ମର ୩ ମାସ ପରେ ଏକ ଦୁର୍ଘଟଣାରେ ସୋନାଲି ଗୋଟିଏ ଗୋଡ଼ ହରାଇ ଥିଲେ ।

ଅର୍ଥାଭାବରୁ ସୋନାଲିଙ୍କ ବାପାମାଆ କିଛି ବ୍ୟବସ୍ଥା କରିପାରିନଥିଲେ । ୧୫ ବର୍ଷ କାଳ ଗୋଟିଏ ଗୋଡ଼ରେ ଜୀବନ ବିତାଇଛନ୍ତି ସୋନାଲି । ସେଥିରେ ସେ ବହୁ କଷ୍ଟରେ ପାଠପଢ଼ା ଜାରି ରଖିଥିଲେ । ଏହି ଖବର ଟୁଇଟ୍‌ ମାଧ୍ୟମରେ ଜାଣିବାକୁ ପାଇଥିଲେ ଫାଇଭ-ଟି ସଚିବ ଭି. କେ ପଣ୍ଡିଆନ । ସୋନାଲି କିପରି ଚାଲିବେ, ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । 5T ସଚିବଙ୍କ ନିର୍ଦ୍ଦେଶ ପରେ ତତ୍ପରତା ଦେଖାଇଥିଲା ମାଲକାନଗିରି ସ୍ବାସ୍ଥ୍ୟ ବିଭାଗ ।