ଛାତ୍ରଛାତ୍ରୀଙ୍କୁ 5T ସଚିବଙ୍କ ନିବେଦନ, ‘ଇନଷ୍ଟାଗ୍ରାମରେ ପୋଷ୍ଟ କର ରିପୋଷ୍ଟ କରିବି’

1 min read

ଭୁବନେଶ୍ବର: ଜନତା ମଇଦାନରେ  ଜୟ ଜଗନ୍ନାଥ କହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରୁଛନ୍ତି 5T ସଚିବ  । ଏତେ ବର୍ଷାରେ ଏତେ ସଂଖ୍ୟାରେ ଆସିଥିବାରୁ ଛାତ୍ରଛାତ୍ରୀଙ୍କୁ  ଧନ୍ୟବାଦ ଦେଇଛନ୍ତି 5T ସଚିବ । ସେ ପିଲାଙ୍କୁ ପ୍ରଶ୍ନ କରିଛନ୍ତି ଯେ କେତେ ପିଲା 5T ହାଇସ୍କୁଲ ଦେଖିଛନ୍ତି ? ଖୋର୍ଦ୍ଧା ଜିଲ୍ଲାର ସବୁ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜକୁ ମୁଖ୍ୟମନ୍ତ୍ରୀ 5T ରେ ସାମିଲ କରିଛନ୍ତି  ।

5T ରେ ଆପଣଙ୍କ କଲେଜରେ ସମ୍ପୂର୍ଣ୍ଣ ରୂପାନ୍ତର 6 ମାସ ଭିତରେ ହେବ । ଏହାପରେ ସେ ଅନୁରୋଧ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ଏତେ କରିଛନ୍ତି, ଆପଣ କଣ ରିଟର୍ଣ୍ଣ ଗିଫ୍ଟ ଦେବେ ? ଆପଣ ମାନେ ଭଲ ପାଠ ପଢିବେ, କଠିନ ପରିଶ୍ରମ କରିବେ, ସ୍ୱପ୍ନ ସାକାର ପାଇଁ ଦିନ ରାତି କାମ କରିବେ. ଏହା ହଁ return ଗିଫ୍ଟ ବୋଲି କହିଛନ୍ତି 5T ସଚିବ  ।

ସେହିପରି ସେ କହିଛନ୍ତି ଆପଣ ମାନେ ଯେମିତି ଘରେ ଶ୍ରମ ଦାନ କରିନ୍ତି, ସେମିତି କଲେଜ ରୂପାନ୍ତରରେ ଶ୍ରମ ଦାନ କରିବେ । ଏହା ବି ଆପଣଙ୍କ ଘର ପରି, ମନ୍ଦିର ପରି, ତାହେଲେ ଏହା ସବୁ ଦିନ ପାଇଁ ଆପଣଙ୍କ ମନରେ ସ୍ମୃତି ହୋଇ ରହିବ । ନୂଆ ବର୍ଷରେ ନୂଆ କ୍ଲାସରୁମ ହେବ ।

କଲେଜ କେମିତି ଥିଲା, ରୂପାନ୍ତର ପରେ କେମିତି ଅଛି, ଶ୍ରମ ଦାନ ସବୁର ଫଟୋ ନେଇ ଇନଷ୍ଟ୍ରାଗ୍ରାମରେ ପୋଷ୍ଟ କରିବେ । ସବୁ ଭଲ ପୋଷ୍ଟକୁ ମୁଁ ରିପୋଷ୍ଟ କରିବି ବୋଲି କହିଛନ୍ତି 5T ସଚିବ  ।