କଠିନ ପରିଶ୍ରମର ବିକଳ୍ପ ନାହିଁ: 5T ଅଧ୍ୟକ୍ଷ

1 min read

କୋରାପୁଟ: କୋରାପୁଟ ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କୋରାପୁଟ ସରକାରୀ ମହାବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି 5T ଅଧ୍ୟକ୍ଷ । ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି 5T ଅଧ୍ୟକ୍ଷ । ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । କହିଛନ୍ତି କି, ପାଠ ପଢ଼ିବା ଛାତ୍ରଛାତ୍ରୀଙ୍କ ଜୀବନର ମୂଲ ଲକ୍ଷ୍ୟ । ଜୀବନରେ ସଫଳତା ପାଇବା ପାଇଁ ଲୁକ୍କାୟିତ ପ୍ରତିଭାର ବିକାଶ ଆବଶ୍ୟକ । ପାଠପଢ଼ା ସହ ଅନ୍ୟ ଗୁଣର ବିକାଶ ଜରୁରୀ’ । ହାରିଲେ ପଛକୁ ନହଟି ଆଗକୁ ମାଡ଼ି ଚାଲନ୍ତୁ, ସଫଳତା ମିଳିବ । ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । କୋରାପୁଟ ଜିଲ୍ଲାର ସବୁ କଲେଜର ରୂପାନ୍ତର କାମ ଜାରି ରହିଛି । ନିଷ୍ଠା ଓ କଠିନ ପରିଶ୍ରମ ସଫଳତା ଦେଇଥାଏ । ଉଜ୍ଜଳ ଭବିଷ୍ୟତ ପାଇଁ କଠିନ ପରିଶ୍ରମ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ ।