ନିଲମ୍ବନ ପ୍ରତିବାଦରେ ବିରୋଧୀ ସାଂସଦଙ୍କ ୫୦ ଘଣ୍ଟିଆ ବିକ୍ଷୋଭ
1 min readନୂଆଦିଲ୍ଲୀ: ନିଲମ୍ବିତ ସାଂସଦଙ୍କ ୫୦ ଘଣ୍ଟିଆ ବିକ୍ଷୋଭ । ତିନି ଦିନରେ ସଂସଦରୁ ୨୪ ସାଂସଦଙ୍କୁ ନିଲମ୍ବନ ପ୍ରତିବାଦରେ ସଂସଦ ପରିସରରେ ୫୦ ଘଣ୍ଟିଆ ବିକ୍ଷୋଭ ଜାରି ରଖିଛନ୍ତି ବିରୋଧୀ ସାଂସଦ । ବୁଧବାର ଦିନ ୧୧ଟାରୁ ଆରମ୍ଭ ହୋଇଥିବା ବିରୋଧ ପ୍ରଦର୍ଶନ ଶୁକ୍ରବାର ଦିନ ୧ଟା ପର୍ଯ୍ୟନ୍ତ ଚାଲିବ । ରୋଷ୍ଟର ଡ୍ୟୁଟି କରି ବିକ୍ଷୋଭ ଜାରି ରଖିଛନ୍ତି ବିରୋଧୀ ସାଂସଦ । ସୋମବାର ଲୋକସଭାର ୪ ଓ ମଙ୍ଗଳବାର ରାଜ୍ୟସଭାର ୧୯ ସାଂସଦଙ୍କୁ ଗୃହରୁ ନିଲମ୍ବନ କରାଯାଇଥିଲା । ବୁଧବାର ଗୁଜରାଟ ମଦମୃତ୍ୟୁ ପ୍ରସଙ୍ଗରେ ଆଲୋଚନା ଚାହୁଥିବା ଆପ୍ ଏମପି ସଞ୍ଜୟ ରାଉତଙ୍କ ବିରୋଧରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।
Congress, DMK, TMC, CPM & AAP MPs from both Houses on 50 hour continous dharna by turns in Parliament precincts. They are protesting their suspension for demanding URGENT debate on price rise and GST on food items. (1/2) pic.twitter.com/4IhWLZlaGY
— Jairam Ramesh (@Jairam_Ramesh) July 27, 2022
ୟୁପିଏ ସରକାର ତୁଳନାରେ ଏବେର ସରକାରରେ ସଂସଦରୁ ଏମପିଙ୍କୁ ନିଲମ୍ବନ ପ୍ରକ୍ରିୟା ପ୍ରାୟ ୧୭୦ ପ୍ରତିଶତ ବଢ଼ିଛି ବୋଲି କହିଛନ୍ତି କଂଗ୍ରେସ ସାଂସଦ ଜୟରାମ ରମେଶ । କଂଗ୍ରେସ, ଡିଏମକେ, ଟିଏମସି, ସିପିଏମ୍ ଓ ଆପ୍ ଏମପିମାନେ ଗୃହରେ ଦରବୃଦ୍ଧି ଓ ଜିଏସଟିକୁ ନେଇ ଆଲୋଚନା ଚାହୁଁଥିବାରୁ ସେମାନଙ୍କ ସ୍ୱରକୁ ଚପାଇ ଦିଆଯାଉଛି । ଯାହାକୁ ବିରୋଧ କରି ୫୦ ଘଣ୍ଟିଆ ଧାରଣା ଆରମ୍ଭ କରାଯାଇଛି ବୋଲି ଜୟରାମ ରମେଶ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ।