ଚିହ୍ନଟ କରିବାକୁ ସମସ୍ତ ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ୫-ଟି ସଚିବ: ସାମ୍ନାକୁ ଆସିଲେ ସୁରକ୍ଷା ଯୋଗାଇଦେବେ ସରକାର

1 min read

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛନ୍ତି ନିଜାମୁଦ୍ଦିନ ଫେରନ୍ତା ଶ୍ରଦ୍ଧାଳୁ । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି 5-ଟି ସଚିବ ଭି.କେ ପାଣ୍ଡିଆନ୍‌ । ନିଜାମୁଦ୍ଦିନ ଫେରନ୍ତା ମାନେ ସାମ୍ନାକୁ ଆସିବାକୁ ଧର୍ମଗୁରୁମାନେ ଆହ୍ଵାନ ଦିଅନ୍ତୁ ବୋଲି ଚିଠିରେ ସେ ଅପିଲ କରିଛନ୍ତି । ସାମ୍ନାକୁ ଆସିଲେ ସରକାର ସେମାନଙ୍କୁ ସହଯୋଗ କରିବେ ।

ତବଲିଗି ଜମାତର ମୌଲାନା ସାଦକୁ କ୍ରାଇମବ୍ରାଞ୍ଚର ନୋଟିସ୍, ପଚରାଗଲା ୨୬ ପ୍ରଶ୍ନ

ଜିଲ୍ଲା ପ୍ରଶାସନ ଓ ପୋଲିସ ନିଜ ସୂତ୍ରରୁ ସେମାନଙ୍କୁ ଚିହ୍ନଟ କରିବାକୁ ସେ ନିବେଦନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ପୃକ୍ତ ବ୍ୟକ୍ତି ଓ ପରିବାକୁ ସମ୍ପୂର୍ଣ୍ଣ ସୁରକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗଇ ଦିଆଯିବ । ତଥ୍ୟ ନଜଣାଇଲେ ସମସ୍ତଙ୍କ ପାଇଁ ଭାରି ପଡ଼ିବ । ପୂର୍ବରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିଜଆଡୁ ୧୦୪କୁ କଲ୍‌ କରିବାକୁ ଅପିଲ କରିଥିଲେ । ଆସନ୍ତା ୪୮ ଘଣ୍ଟା ସମସ୍ତଙ୍କ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ । ଏଣୁ ଚିକିତ୍ସା ପାଇଁ ଆଗେଇ ଆସିଲେ ସରକାର ପରିବାରକୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବେ ବୋଲି ନବୀନ କହଛନ୍ତି ।

ତବଲିଗି ଜମାତର ମୌଲାନା ସାଦକୁ କ୍ରାଇମବ୍ରାଞ୍ଚର ନୋଟିସ୍, ପଚରାଗଲା ୨୬ ପ୍ରଶ୍ନ

Leave a Reply