ଜଳିଗଲା ୩ ପରିବାରର ୫ ବଖରା, ୪ ଗୋରୁ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ

5 House Of Three Family Gutted In Fire Bhadrak

ଭଦ୍ରକ: ଭଦ୍ରକ ବ୍ଲକ ବାଣିତିଆ ପଞ୍ଚାୟତ ଦକ୍ଷିଣସାହି ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ବିଳମ୍ବିତ ରାତିରେ ସର୍ଟ ସର୍କିଟରୁ ଗାଁର ଗୋପବନ୍ଧୁ ଜେନାଙ୍କ ଘରେ ନିଆଁ ଲାଗିଥିଲା । ଶୋଇଥିବା ବେଳେ ଲାଗିଥିବା ନିଆଁ ଚାହୁଁ ଚାହୁଁ ପଡ଼ୋଶୀ ଘରକୁ ବ୍ୟାପି ଯାଇଥିଲା । ସୌଭାଗ୍ୟବଶତଃ ପରିବାରର ସମସ୍ତ ସଦସ୍ୟ ନିଆଁରୁ ରକ୍ଷା ପାଇ ଯାଇଥିବା ବେଳେ ଘରୁ କୌଣସି ଜିନିଷ ପତ୍ର କାଢ଼ି ପାରି ନଥିଲେ ।

 5 House Of Three Family Gutted In Fire Bhadrak

ନିଆଁରେ ଗୋପବନ୍ଧୁ ଜେନା ଓ ତାଙ୍କର ୨ ଭାଇଙ୍କ ୫ ବଖରା ଘର ସମ୍ପୂର୍ଣ ଜଳି ନଷ୍ଟ ହୋଇଯାଇଛି । ଏଥିସହ ଘର ପାଖକୁ ଲାଗି ରହିଥିବା ଗୁହାଳ ଘରେ ନିଆଁ ଲାଗିଯିବାରୁ ୪ଟି ଗୋରୁ ଓ ଗୋଟିଏ ଛେଳି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଅଗ୍ନିକାଣ୍ଡରେ ଘରେ ଗଛିତ ଥିବା ଧାନ, ଚାଉଳ, ଆସବାବପତ୍ର ଜଳି ପୋଡ଼ି ଛାରଖାର୍ ହୋଇ ଯାଇଛି । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

Leave a Reply