୭୪ ଜଣ ଅମାନିଆ ଗଲେ କ୍ୱାରେଣ୍ଟାଇନ୍‌: ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କଲା ପୋଲିସ

1 min read

ଭୁବନେଶ୍ୱର/କଟକ/ ଭଦ୍ରକ: କଟକଣା ସତ୍ତ୍ୱେ ସୁଧୁରୁନାହାନ୍ତି ଲୋକେ । କରୋନା ଭୂତାଣୁ ଯୋଗୁଁ ଦେଶ ତଥା ରାଜ୍ୟରେ ଉପୁଜିଥିବା  ଭୟାବହ ପରିସ୍ଥିତିକୁ ଅତି ହାଲ୍‌କା ଭାବରେ ନେଇଛନ୍ତି କିଛି ଲୋକେ । ଅଯଥାରେ ଘରୁ ବାହାରି ନିଜ ପାଇଁ ବିପଦକୁ ଆମନ୍ତ୍ରଣ କରିବା ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ମୁଣ୍ଡ ବ୍ୟଥାର କାରଣ ପାଲଟିଛନ୍ତି । ଭଦ୍ରକରେ ଏଭିଳ ୯ ଅମାନିଆ  ଉଲ୍ଲଂଘନକାରୀଙ୍କୁ କାବୁ କରି କ୍ୱାରେଣ୍ଟାଇନ୍‌ ରୁମରେ ଭର୍ତ୍ତି କରିଛି ପ୍ରଶାସନ । ସଟ୍‌ଡାଉନ୍‌ କଟକଣା ସତ୍ତ୍ୱେ ସହରର ବିଭିନ୍ନ ଓ୍ୱାର୍ଡରେ ବୁଲୁଥିବା ବେଳେ ଧରପଡ଼ିଛନ୍ତି ସମ୍ପୃକ୍ତ ବ୍ୟକ୍ତି । ସେମାନଙ୍କ ନାଁରେ ମାମଲା ରୁଜୁ କରିବା କ୍ୱାରେଣ୍ଟାଇନକୁ ପଠାଯାଇଥିବା ଭଦ୍ରକ ଉପଜିଲ୍ଲାପାଳ ପିତାମ୍ୱର ସାମଲ ।

Coronavirus | Odisha announces lockdown in 5 districts till March ...

ଅପରପକ୍ଷରେ  କୋଭିଡ୍-୧୯ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୩ ଜଣଙ୍କ ନାଁ ମାମଲା ରୁଜୁ କରାଯାଇଥିବା ବେଳେ ମୋଟ ୫୫ ମୋଟରସାଇକେଲ୍ ସିଜ୍ କରାଯାଇଛି । ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୪ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଆଦାୟ କରିଛି କଟକ ପୋଲିସ ।

ସେହିପରି ଭୁବନେଶ୍ୱରରେ ମଧ୍ୟ ନିୟମ ଉଲ୍ଲଂଘନକାରୀଙ୍କୁ ବାନ୍ଧିଛି ଭୁବନେଶ୍ୱର ପୋଲିସ । ୬୫ ଜଣଙ୍କ କ୍ୱାରେଣ୍ଟାଇନ୍‌କୁ ପଠାଇଛି ପୋଲିସ । ବିନା କାରଣରେ ଘରୁ ବାହାରିଥିବାରୁ ଉଠାଇନେଲା ପୋଲିସ ।

Leave a Reply