ବାଂଲାଦେଶ ସୀତାକୁଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ; ୪୦ ଜୀବନ୍ତ ଦଗ୍ଧ, ୪୫୦ରୁ ଅଧିକ ଆହତ

ଢ଼ାକା: ବାଂଲାଦେଶ ସୀତାକୁଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ଘରୋଇ କଣ୍ଟେନରରେ ବିସ୍ଫୋରଣ ହେବାରୁ ୪୦ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ଘଟଣାରେ ୪୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଚିଟ୍ଟାଗଙ୍ଗସ୍ଥିତ ବନ୍ଦର ନିକଟ ସୀତାକୁଣ୍ଡସ୍ଥିତ ଇନଲ୍ୟାଣ୍ଡ କଣ୍ଟେନର ଡିପୋରେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆହତମାନଙ୍କୁ ଚିଟ୍ଟାଗଙ୍ଗ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । ଏହି ଡିପୋରେ ପର୍ଯ୍ୟାପ୍ତ ରାସାୟନିକ ପଦାର୍ଥ ଥିବାରୁ ନିଆଁର ତୀବ୍ରତା ବୃଦ୍ଧି ପାଇଥିଲା । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ଅନୁସାରେ ଗତକାଲି ରାତି ୯ଟା ସମୟରେ କଣ୍ଟେନର ଡିପୋରେ ନିଆଁ ଲାଗିଯାଇଥିଲା । ଯେତେବେଳେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ସମୟରେ ବିସ୍ଫୋରଣ ହୋଇଥିଲା । ୧୯ଟି ଦମକଳ ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲେ ।