କର୍କଟ ରାଶି ବ୍ୟକ୍ତି ମାନେ କଥାବାର୍ତ୍ତା ବେଳେ ସଂଯମତା ରକ୍ଷା କରନ୍ତୁ, ଅର୍ଥକୁ ନେଇ ଚିନ୍ତା ବଢ଼ିପାରେ

1 min read

ମଇ ୩୧, ୨୦୨୦ ମସିହା, ବୃଷ ୭ ଦିନ, ଜ୍ୟୋଷ୍ଠ ୧ ଦିନ

୧୯୪୨ ଶକାଦ୍ଦ, ୧୪୨୭ ସାଲ୍‌, ୨୦୭୭ ସମ୍ବତ୍‌

ଜ୍ୟୋଷ୍ଠ ମାସ, ଶୁକ୍ଳପକ୍ଷ, ନବମୀ ତିଥି, ରବିବାର

ଉତ୍ତରାଫାଲଗୁନୀ ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର ରହୁଛନ୍ତି

ଘାତବାର- ମେଷ ରାଶିର

ଯୋଗିନୀ ରହିବେ ପୂର୍ବରେ ସନ୍ଧ୍ୟା ୫ଟା ୪୦ ପର୍ଯ୍ୟନ୍ତ

ଏହା ପରେ ଯୋଗିନୀ ରହିବେ ଉତ୍ତରେ

ଶୁଭ ସମୟ-ସକାଳ ୭ଟା ମଧ୍ୟରେ ଓ ଦିନ ୧୧ଟା ୧୮ ପରେ

ଅଶୁଭ ସମୟ-ଦିନ ୧୧ଟା ୪୩ ରୁ ଦିନ ୧ଟା ୨୧ ମଧ୍ୟରେ

ଆଜି କଳମୀ ଶାଗ ଖାଇବା ମନା

ମେଷ ରାଶି

ଅଶ୍ୱିନୀ – ନୂତନ ବନ୍ଧୁଙ୍କ ଆଗମନକୁ ନେଇ ଖୁସି ରହିବେ

ଦ୍ୱିଜା- କିଛି ଘଟଣାକୁ ନେଇ ଖରାପ ହେବାର ରହିଛି

କୃତ୍ତିକା- ନୂତନ ବାଦ୍ୟଯନ୍ତ୍ର କିଣିପାରନ୍ତି, ସଙ୍ଗୀତରେ ସଫଳତା ପ୍ରାପ୍ତ

ପ୍ରଭୁ ଶ୍ରୀରାମଙ୍କ ନାମ ଲାଲ କାଳିରେ ୧୦୮ ଥର ଲେଖନ୍ତୁ

ବୃଷ ରାଶି

କୃତ୍ତିକା-  ପୁରୁଣା ବନ୍ଧୁଙ୍କ ଠାରୁ ଆର୍ଥିକ ସାହାଯ୍ୟ ଆପଣଙ୍କୁ ଅନେକ ସାହାଯ୍ୟ କରିବ

ରୋହିଣୀ- କୌଣସି ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇପାରନ୍ତି

ମୃଗଶିରା- ମହିଳାମାନଙ୍କର ଅଗ୍ନି ପ୍ରତି ବିପଦ ଅଛି ରୋଷେଇ କରିବା ବେଳେ ସତର୍କ ରୁହନ୍ତୁ ।

ମହୁଜଳ ଶିବଲିଙ୍ଗରେ ଅର୍ପଣ କରନ୍ତୁ

ମିଥୁନ ରାଶି

ମଗଶିରା- ଦିନଟି ଭଲରେ କଟିବ, କିଛି ସୌଖୀନ ଜିନିଷ କିଣିପାରନ୍ତି

ଆଦ୍ରା- ଶରୀର ଅସୁସ୍ଥ ରହିବାର ସୂଚନା, ସତର୍କ ରୁହନ୍ତୁ

ପୁନର୍ବସୁ-  କୌଣସି ବ୍ୟକ୍ତିଙ୍କ ସହିତ ଝଗଡାଠାରୁ ଦୂରେଇ ରୁହନ୍ତୁ ।

ଗୋଟିଏ ସ୍ୱସ୍ତିକ ଚିହ୍ନ ଆଙ୍କି ତାକୁ ପାଖରେ ରଖନ୍ତୁ

କର୍କଟ ରାଶି

ପୁନର୍ବସୁ- କଥାବାର୍ତ୍ତା କରିବା ବେଳେ ସଂଯମତା ରକ୍ଷା କରନ୍ତୁ

ପୁଷ୍ୟ।- ଅର୍ଥକୁ ନେଇ ଚିନ୍ତା ହୋଇପାରେ, ଭାବିଚିନ୍ତି ଯାହା ବି କରିବେ

ଅଶ୍ଳଷା-  ଚିତ୍ରକରମାନଙ୍କ ପାଇଁ ଦିନଟି ଭଲ ରହିବ

କିଛି ମସୁର  ଡାଲିକୁ  ପ୍ରବାହିତ  ନଦୀରେ ଭସାଇ ଦିଅନ୍ତୁ

ସିଂହ ରାଶି

ମଘା- ନୂତନ କାର୍ଯ୍ୟକୁ ନେଇ ପ୍ରଶଂସା ପାଇବେ

ପୂର୍ବା ଫାଲଗୁନି- ଜଙ୍ଗଲ ରାସ୍ତା କିମ୍ବା ଅଞ୍ଚଳକୁ ଯାଆନ୍ତୁ ନାହିଁ, ବିପଦ ରହିଛି

ଉତ୍ତରାଫାଲଗୁନି- ଭବିଷ୍ୟତକୁ ନେଇ କିଛି ଯୋଜନା କରିପାରନ୍ତି

ଚନ୍ଦନ କିଛି ନିଜ ନାଭିରେ ଲଗାନ୍ତୁ

କନ୍ୟା ରାଶି

ଉତ୍ତରଫାଲଗୁନି- ପାରିବାରିକ ସମ୍ପର୍କରେ ତିକ୍ତତା ଆସିପାରେ, ଶାନ୍ତ ରହିବେ

ହସ୍ତା- କୈାଣସି ନିଜର ବ୍ୟକ୍ତିଙ୍କଠାରୁ ସମ୍ପର୍କରେ ଦୂରତା ଆସିବ, ମନ ଅଶାନ୍ତି ରହିବ

ଚିତ୍ରା- ମନକୁ ସ୍ଥିର କରି ଯାହା ବି କରିବେ, କାହାକୁ ସନ୍ଦେହରେ ଦେଖନ୍ତୁ ନାହିଁ

ଶିବଲିଙ୍ଗରେ ଲହୁଣୀ କିଛି ଅର୍ପଣ କରନ୍ତୁ

ତୁଳା ରାଶି

ଚିତ୍ରା-  ଅନେକ ଦିଗରୁ ଲାଭବାନ ହେବେ

ସ୍ୱାତୀ- ରାଜନୀତିରେ କୈାଣସି ପଦ ପଦବୀ ମିଳିପାରେ,

ବିଶାଖା- ଫିଲ୍ମ ମେଡିଆରୁ ଅର୍ଥ ଓ ସମ୍ମାନ ମିଳିବ

ଗୋ-ମାତାଙ୍କୁ ଶାଗ ଖାଇବାକୁ ଦିଅନ୍ତୁ

ବିଛା ରାଶି

ବିଶାଖା – ସରକାରୀ କାର୍ଯ୍ୟରୁ ଅନେକ ଲାଭବାନ ପାଇବେ

ଅନୁରାଧା-  ବ୍ୟାଙ୍କ ଚାକିରୀରେ ଥିଲେ ପଦୋନ୍ନତି ପ୍ରାପ୍ତର ଖବର ପାଇବେ

ଜ୍ୟୋଷ୍ଠା- ପତ୍ନୀଙ୍କ ସାହାଯ୍ୟରେ ନୂତନ କର୍ମ ପ୍ରାପ୍ତ ମିଳିପାରେ

ଗୋଟିଏ ଲେମ୍ବୁ ମୁଣ୍ଡରେ ବୁଲାଇ ଦକ୍ଷିଣ ଦିଗକୁ ଫିଙ୍ଗିବେ

ଧନୁ ରାଶି

ମୂଳା- ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥିରେ ରହିବ

ପୂର୍ବାଷାଢ- ସନ୍ତାନ ଦୂରଯାତ୍ରାରେ ଅନେକ ଶୁଭଖବର ପ୍ରାପ୍ତ ।

ଉତ୍ତରାଷାଢ- ନାତିନାତୁଣୀଙ୍କ ସହିତ ବହୁତ ଖୁସିରେ ସମୟ କଟାଇବେ

ମହାମତ୍ୟୁଞ୍ଜୟ ମନ୍ତ୍ର ପାଠ ଆପଣଙ୍କ ପାଇଁ ଶୁଭ ରହିବ

ମକର ରାଶି

ଉତ୍ତରାଷାଢ- ହାର୍ଟ ରୋଗ ଯୋଗୁଁ  ଅନେକ ସମସ୍ୟାରେ ପଡିବେ

ଶ୍ରବଣା- ଅର୍ଥକୁ ନେଇ ମାନସିକ ଚିନ୍ତାରେ ରହିବେ

ଧନିଷ୍ଠା- ଟ୍ୟାକ୍ସକୁ ନେଇ କୌଣସି ଚିନ୍ତା ବଢିପାରେ

ପାରାକୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ

କୁମ୍ଭ ରାଶି

ଧନିଷ୍ଠା- ବିବାହ ପ୍ରସ୍ତାବ ଆସିବର ସୂଚନା

ଶତଭିଷା- ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି

ପୂର୍ବଭାଦ୍ରପଦ- ଖର୍ଚ୍ଚ, ରୋଜଗାର ସମାନ ରହିବ

ତୁଳସୀ ପତ୍ର ପାଖରେ କିଛି ପାଖରେ ରଖନ୍ତୁ

ମୀନ ରାଶି

ପୂର୍ବଭାଦ୍ରପଦ-  ଝଗଡାଠାରୁ ଦୂରେଇ ରୁହନ୍ତୁ, କେସ୍‌ ହୋଇପାରେ

ଉତ୍ତରଭାଦ୍ରପଦ- ମହିଳାମାନଙ୍କ ଠାରୁ ଦୁରେଇ ରୁହନ୍ତୁ

ରେବତୀ- ଶତ୍ରୁ ଓ  ରୋଗ ସମସ୍ୟାକୁ ନେଇ ଚିନ୍ତାରେ ରହିବେ

ବେଲଗଛକୁ ଆଜି ଦିନରେ  ପରିକ୍ରମା କରନ୍ତୁ

     ଜ୍ୟୋତିର୍ବିଦ୍‌  ପ୍ରଜ୍ଞା ତ୍ରିପାଠୀ

                                                                                                                                                   ଯୋଗାଯୋଗ- 8984684801

Leave a Reply