ପୁଣି ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରୁ ପୁଣି କରୋନା ସଂକ୍ରମିତ ଚିହ୍ନଟ । ଆଜି ସକାଳେ ଚିହ୍ନଟ 3ଜଣ ଯାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସମସ୍ତ ୩ଜଣ ଆକ୍ରାନ୍ତ ବେଙ୍ଗାଲୁରୁ ଫେରନ୍ତା । ସୂଚନା ଯୋଗ୍ୟ ଯ, ପୂର୍ବରୁ ମଧ୍ୟ ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିମାନବନ୍ଦରରୁ ମଧ୍ୟ ୧୦ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ।  ରବିବାର ଅପରାହ୍ନ ୩ଟା ସୁଦ୍ଧା ୧୦ ଜଣ କରୋନା ପଜିଟିଭ ଚିହ୍ନଟ ଭୁବନେଶ୍ୱର ବିମାନ ବନ୍ଦରରୁ ଚିହ୍ନଟ ହୋଇଥିଲେ । ଏଯାବତ୍ ଭୁବନେଶ୍ୱର ବିମାନ ବନ୍ଦରରୁ ମୋଟ ୩୫ ଜଣ ଯାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇସାରିଲେଣି। ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଯାତ୍ରୀଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିମାନ ବନ୍ଦରରୁ ଚିହ୍ନଟ ସମସ୍ତ ଯାତ୍ରୀ ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେରୁ ଫେରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଦେଶରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ

Leave a Reply